‘ଆତ୍ମସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଇନା କରୋନା ମୃତକଙ୍କ ସଂଖ୍ୟା ସଠିକ୍ ଦେଉନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

‘ଆତ୍ମସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଇନା କରୋନା ମୃତକଙ୍କ ସଂଖ୍ୟା ସଠିକ୍ ଦେଉନି’

ଓ୍ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନେତା ନିକୀ ହଲେ ଚାଇନା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଚାଇନା ମୃତ୍ୟୁ ସଂଖ୍ୟା ୩,୩୦୦ ବୋଲି ପ୍ରକାଶ କରିଛି। ଯାହାକି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମଧ୍ୟ ଚାଇନା ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟାକୁ ବିଶ୍ୱାସ ନକରିବାକୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ କହିଥିଲା।

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୬,୦୭୫ ପହଞ୍ଚିଛି। ୨୪୫,୦୮୮ ଜଣ ଆକ୍ରାନ୍ତ ହୋଇଛନ୍ତି। ୨୨୮,୬୧୦ ଜଣ ଏବେ ଚିକିତ୍ସିତ ହେଉଛନ୍ତି ଏବଂ ୧୦,୫୦୩ ଜଣ ସୁସ୍ଥ ହୋଇ ହସ୍ପିଟାଲକୁ ଫେରିଛନ୍ତି। ମେ ଶେଷ ସୁଦ୍ଧା ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ମଧ୍ୟରେ ହୋଇପାରେ ବୋଲି ଆମେରିକା ସରକାର ଆକଳନ କରିଛନ୍ତି। ଯାହାକି ଆଗାମୀ ଦିନରେ ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରିବ।

ଚାଇନାର ହୁବେଇ ପ୍ରଦେଶରେ ଥିବା ଉହାନ ସହରରୁ ଏହି ମହାମାରୀ ଭାଇରସ ପ୍ରଥମେ ବ୍ୟାପିଛି। ଏହି ଭାଇରସ ଏବେ ୨୦୨ ଦେଶକୁ ବ୍ୟାପିଛି। ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶମାନଙ୍କରେ ଚାଇନା ଅପେକ୍ଷା ଅଧିକ ହୋଇଛି। ତେଣୁ ଚାଇନା ଏବେ ନିଜ ଦେଶର ମୃତକଙ୍କ ସଂଖ୍ୟା ଲୁଚାଇ ଚାଇନା ନିଜର ଆତ୍ମସମ୍ମାନ ରକ୍ଷା କରିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି ବୋଲି ଜାତିସଂଘର ଆମେରିକାର ପୂର୍ବତନ ରାଜଦୂତ ନିକୀ କହିଛନ୍ତି।

ବେଜିଂ ସରାକାର ଦ୍ୱାରା ଜାରି ହୋଇଥିବା ରିପୋର୍ଟକୁ ନେଇ ହ୍ୱାଇଟ୍ ହାଉସକୁ ସିଆଇଏ ଅବଗତ କରାଇବା ପରେ ଆମେରିକା ରାଷ୍ଟ୍ରପତି ପ୍ରତିକ୍ରିୟା ରଖିଥିଲେ। ଗତ ବୁଧବାର ପ୍ରେସ କନଫରେନସ କରି ଟ୍ରମ୍ପ କହିଥିଲେ, କରୋନା ମୃତକଙ୍କ ସଂଖ୍ୟା ନେଇ ଚାଇନା ଯେଉଁ ରିପୋର୍ଟ ଦେଇଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଗତ ବୁଧବାର (ଏପ୍ରିଲ ୧) ଚାଇନାର ନ୍ୟାଶନାଲ ହେଲଥ କମିଶନଙ୍କ (ଏନଏଚସି) ରିପୋର୍ଟ ଅନୁଯାୟୀ ମୋଟ୍ ୮୧, ୫୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩,୩୧୮ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ ୨୦୨ଟି ଦେଶରେ ମୋଟ୍ ୧,୦୧୫,୭୨୮ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩, ୨୦୨ ଟପିଛି। ସୁସ୍ଥ ହୋଇ ଫେରିଛନ୍ତି ୨୧୨,୯୯୧। ଏବେ ୭୪୯,୫୩୫ ଆକ୍ରାନ୍ତ ରହିଛନ୍ତି।



from Odisha Reporter https://ift.tt/2JyPjS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages