ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ୫ ଆତଙ୍କୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ୫ ଆତଙ୍କୀ ନିପାତ

ଶ୍ରୀନଗର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ଲକଡାଉନ୍ ରହିଛି। ଏହାର ଫାଇଦା ନେଇ ଆତଙ୍କବାଦୀ ମାନେ କଶ୍ମୀରରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଭାରତୀୟ ଯବାନ କଡ଼ା ଜବାବ ଦେଇଛନ୍ତି।

ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନ ମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗତ ୨୪ ଘଣ୍ଟାରେ ଯବାନମାନେ ୯ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି।

ଏହି ସଂପୃକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ଜଣାପଡ଼ିଛି। ନିକଟରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିଲା। ତେଣୁ ଆତଙ୍କବାଦୀ ମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିପାରନ୍ତି ବୋଲି ସେନା ଆକଳନ କରୁଥିଲା। ଏବେ ସଂପୃକ୍ତ ଅଞ୍ଚଳ ଏବଂ ଅନୁପ୍ରବେଶ ସ୍ଥାନ ଗୁଡ଼ିକରେ ଅଧିକ ସେନା ମୁତୟନ କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2Rbn7sY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages