କଟକ (ଓଡ଼ିଶା ରିପୋର୍ଟର): ଶଟ୍ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼ ହୋଇଛି। ଶଟ୍ ଡାଉନ୍ କଟକଣା ଭାଙ୍ଗିଥିବା କିଛି ଲୋକ ପୁଲିସ୍ ଉପରକୁ ପଥରମାଡ଼ କରିଥିବା ସୂଚନା ମିଳିଛି। ଢେଲାପଥର ମାଡ଼ ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା। କିଛି ଆକ୍ରମଣକାରୀଙ୍କୁ ପୁଲିସ୍ ଧରି ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଖବର ପାଇ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/3bR12rn
No comments:
Post a Comment