ଜଳପଥରେ ପାକିସ୍ତାନର ଆକ୍ରମଣ, ଭାରତ ଜଣାଇଲା କଡ଼ା ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ଜଳପଥରେ ପାକିସ୍ତାନର ଆକ୍ରମଣ, ଭାରତ ଜଣାଇଲା କଡ଼ା ପ୍ରତିବାଦ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭାରତ ପଛରେ ପଡ଼ିଛି। ପୂର୍ବରୁ ସ୍ଥଳ ପଥରେ ବାରମ୍ବାର ଆକ୍ରମଣ କରୁଥିବା ପାକିସ୍ତାନ ଏବେ ଜଳପଥରେ ଭାରତର ମାଛ ଧରା ବୋଟକୁ ଟାର୍ଗେଟ କରିଛି। ପାକିସ୍ତାନ ମାରିଟାଇମ ସିକ୍ୟୁରିଟି ଏଜେନ୍ସି(ପିଏମଏସଏ) ପକ୍ଷରୁ ଗୁଜରାଟ ଉପକୂଳ ଭାରତୀୟ ଜଳ ସୀମାରେ ଦୁଇଟି ମାଛ ଧରା ବୋଟ ଉପରେ ହମଲା କରାଯାଇଛି।

ତେବେ ପାକିସ୍ତାନର ଆକ୍ରମଣକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କଡ଼ା ଭାଷାରେ ବିରୋଧ କରିଛି। ପାକିସ୍ତାନ ତୁରନ୍ତ ଏଭଳି କାର୍ଯ୍ୟ ବନ୍ଦ କରୁ। ନଚେତ ଏହାର ପରିଣାମ ଭୟଙ୍କର ହେବ ବୋଲି ଭାରତ ପକ୍ଷରୁ ଇସଲାମାବାଦକୁ ଚେତାଇ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଏପରି କାମକୁ ଆମେ କଡ଼ା ନିନ୍ଦା କରୁଛୁ।

ପିଏମଏସଏ ଅନ୍ତର୍ଜାତୀୟ ଆଇନକୁ ଅସମ୍ମାନ କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଆଗକୁ ପାକିସ୍ତାନ ଯେମିତି ଏପରି କାର୍ଯ୍ୟ ନ କରିବ, ସେଥିପ୍ରତି ସତର୍କ ରହିବା ଦରକାର। ରବିବାର ଦିନ ଗୁଜରାଟ ଉପକୂଳ ସ୍ଥିତ ଅନ୍ତର୍ଜାତୀୟ ଜଳପଥରେ ପାକିସ୍ତାନ ପକ୍ଷରୁ ୨ଟି ଭାରତୀୟ ମାଛ ଧରା ଡଙ୍ଗା ଓମକାର ଓ ମହାସାଗର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି।

ପିଏମଏସଏ ହେଉଛି ପାକିସ୍ତାନ ନୌସେନାର ଏକ ଅଂଶ। ଏହାର ସୁରକ୍ଷାକର୍ମୀମାନେ ଜଳପଥରେ କାର୍ଯ୍ୟ କାରି ସୀମା ସୁରକ୍ଷା କରିଥାଆନ୍ତି।



from Odisha Reporter https://ift.tt/2XxqBtH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages