ମୋଦିଙ୍କ ସମ୍ବୋଧନ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ଭିଡିଓ ଜାରି କଲେ ସୋନିଆ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 13, 2020

ମୋଦିଙ୍କ ସମ୍ବୋଧନ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ଭିଡିଓ ଜାରି କଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇ ମଧ୍ୟରେ ଆଜି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ ହୋଇଥିବାରୁ ଏହି ଅବଧିକୁ ମୋଦି ବୃଦ୍ଧି କରିପାରନ୍ତି। ହେଲେ ମୋଦିଙ୍କ ଉଦବୋଧନ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ସକାଳୁ ସକାଳୁ ଦେଶ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।

କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଡାକ୍ତର, ନର୍ସ, ସାନିଟେସନ କର୍ମଚାରୀ ଓ ପୁଲିସ୍‌ମାନଙ୍କୁ ଭିଡିଓ ଜାରି କରି ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ସେ ଲୋକଙ୍କୁ ଲକଡାଉନର ନିୟମ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିବେଦନ କରିଛନ୍ତି।

ଭିଡିଓରେ ୭୩ ବର୍ଷୀୟ ସୋନିଆ କହିଛନ୍ତି, “ସରକାରୀ କର୍ମଚାରୀ, ଡାକ୍ତର, ସାନିଟେସନ କର୍ମଚାରୀ, ପୁଲିସ୍‌ ଯେଉଁଭଳି ଭାବେ କରୋନା ବିରୋଧରେ ଲଢ଼େଇ କରୁଛି, ତା’ଠାରୁ ବଡ଼ ଦେଶଭକ୍ତିର କାର୍ଯ୍ୟ କିଛି ହୋଇ ନପାରେ। ଏମାନଙ୍କର ଠାରୁ ବଡ଼ କେହି ବି ଦେଶଭକ୍ତ ନାହାନ୍ତି। ଆମ କରୋନା ଭାଇରସ ଯୋଦ୍ଧାମାନେ ଆବଶ୍ୟକ ସୁରକ୍ଷା କବଚ ବିନା ବି ଲଢ଼େଇ କରୁଛନ୍ତି।

ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ନିଜ କଥା ଭୁଲି ବିନା କୌଣସି ପ୍ରୋଟେକସନରେ କରୋନା ରୋଗୀଙ୍କ ସେବା କରୁଛନ୍ତି। ପୁଲିସ୍‌ ଓ ଯବାନମାନେ ଲକଡାଉନକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାଇନିଟେସନ କର୍ମଚାରୀମାନେ କରୋନା ଭାଇରସ କେମିତି ନ ବ୍ୟାପିବ, ସେ ଦିଗରେ କାର୍ଯ୍ୟ କରିଚାଲିଛନ୍ତି। ସରକାରୀ କର୍ମଚାରୀମାନେ ଜରୁରୀ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦିନରାତି ପରିଶ୍ରମ କରି ଚାଲିଛନ୍ତି।

ଯଦି ଆମେ ସେମାନଙ୍କୁ ସହଯୋଗ ନ କରିବା, ତା’ହେଲେ ସେମାନେ କେବେ ହେଲେ ନିଜ କାମ ଠିକ ଭାବେ କରିପାରିବେ ନାହିଁ। ଡାକ୍ତରଙ୍କୁ କିଛି ଲୋକ ଅଭଦ୍ର ବ୍ୟବହାର କରୁଥିବା ରିପୋର୍ଟ ଆସୁଛି। ଏହା ଠିକ ନୁହେଁ। ଆମ ସଂସ୍କୃତିରେ ଏଭଳି ଆଚରଣର ସ୍ଥାନ ନାହିଁ। ଏହି ଯୁଦ୍ଧରେ ଆମେ ସେମାନଙ୍କୁ ସମର୍ଥନ କରିବା ଦରକାର।

ଆମେ ନିଶ୍ଚିତ ଭାବେ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ମିଳିତ ଭାବେ ନିୟମକୁ ପାଳନ କରି ଓ ନିଜ ଉପରେ ବିଶ୍ୱାସ ରଖି ହରାଇ ପାରିବା। ଦେଶବାସୀ ଯେଉଁଭଳି ଧୈର୍ଯ୍ୟର ସହ ଲଢ଼େଇ କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।”



from Odisha Reporter https://ift.tt/2K4myxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages