ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ନିକଟ ପଦ୍ମପୁର ଗାଁରେ ଥିବା ଏକ ଗଛରୁ ପୁଅଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ପଦ୍ମପୁର ଅଞ୍ଚଳର ହୋଇଥିବା ବେଳେ ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଗତକାଲିଠାରୁ ଦୁଇ ଜଣ ଘର ଛାଡ଼ି ଚାଲି ଯାଇଥିଲେ। ଆଜି ସକାଳେ ଦୁଇ ଜଣଙ୍କ ମୃତଦେହ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ପୁଲିସ୍ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3bBNNLJ
No comments:
Post a Comment