ଚାଇନାର ନିସ୍ତାର ନାହିଁ, ସବୁ ଦେଶକୁ ଏକାଠି କରିବ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ଚାଇନାର ନିସ୍ତାର ନାହିଁ, ସବୁ ଦେଶକୁ ଏକାଠି କରିବ ଆମେରିକା

ୱାଶିଂଟନ: କରୋନା ଭାଇରସ ବିଶ୍ୱକୁ ଛାଡ଼ିଥିବା ଚାଇନା ଉପରେ ଚାପ ସୃଷ୍ଟି କରିବା ଓ ଏକ ଘରକିଆ କରିବା ପାଇଁ ଆମେରିକା ପଣ କରିଛି। ଚାଇନାରେ ହିଁ କରୋନା ଭାଇରସ ସୃଷ୍ଟି ହୋଇଥିଲା ବୋଲି ପ୍ରମାଣ କରିବା ପାଇଁ ଏବେ ଆମେରିକା ଉଦ୍ୟମ ଆରମ୍ଭ କରିଛି। ଏଥିସହ ଚାଇନାର ଅସଲମୁଖା ଖୋଲିବା ପାଇଁ ଆମେରିବା ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଏକାଠି କରିବା ପାଇଁ ଯୋଜନା କରିଛି।

ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଆମେରିକା ଏହି ଭାଇରସ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୫୨ ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ତଥାପି ଚାଇନା ନିଜର ଭୁଲ ସ୍ୱୀକାର କରୁ ନଥିବାରୁ ଆମେରିକା ଖପ୍ପା ହୋଇଛି।

ଆମେରିକାର ପର ରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, “ଭାଇରସ କେମିତି ବ୍ୟାପିଲା ସେକଥା ଚାଇନା ନିଶ୍ଚିତ ଭାବେ କହିବା ଦରକାର। ବେଜିଂଠାରୁ ଉତ୍ତର ପାଇବା ପାଇଁ ଆମେ ଗୁରୁତ୍ୱ ଦେଉଛୁ। ୨୦୧୯ ଡିସେମ୍ବର ମାସ ଠାରୁ ଚାଇନା ଭାଇରସ ସମ୍ପର୍କରେ ଜାଣିବାକୁ ପାଇଥିଲା। ଆମ ଦେଶରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇବା ପାଇଁ ଉତ୍ତରଦାୟୀ କିଏ? ସମଗ୍ର ବିଶ୍ୱର ଅର୍ଥନୀତି କରୋନା ଯୋଗୁ ପ୍ରଭାବିତ ହୋଇଛି। ଏଥିପାଇଁ ଦାୟୀ କିଏ? ଏସବୁର ଉତ୍ତର ଚାଇନା ଦେବା ଦରକାର। କୂଟନୀତିକ ସ୍ତରରେ ଆମେ ସବୁ ଦେଶ ସହ ଯୋଗାଯୋଗ କରି ସେମାନଙ୍କ ଅର୍ଥନୀତିକୁ ପୁଣି ଉପରକୁ ଉଠାଇବା ପାଇଁ ପ୍ରୟାସ କରୁଛୁ।

ସ୍ଥିତି ଯେତେ ଶୀଘ୍ର ସୁଧୁରିବ ବିଶ୍ୱସ୍ତରରେ ପୁଣିଥରେ ବାଣିଜ୍ୟ ଆରମ୍ଭ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିସହ ଆମେ ଭାଇରସ ଉହାନରୁ ହିଁ ପ୍ରଥମେ ସୃଷ୍ଟି ହୋଇଥିଲା ବୋଲି ସେମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛୁ। ଏକଥା ଚାଇନା ସରକାର ଜାଣି ମଧ୍ୟ ଲୁଚାଇଥିଲେ।

ଏହା ସତ୍ତ୍ୱେ ଚାଇନା ସମଗ୍ର ବିଶ୍ୱକୁ ବିପଦରେ ପକାଇ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପଥଭ୍ରଷ୍ଟ ହୋଇ ମହାମାରୀରୁ ବିଶ୍ୱକୁ ରକ୍ଷା କରିପାରିଲା ନାହିଁ। ଆମେ ଆଗକୁ ଆଉ ଏପରି ହେବାକୁ ଦେବୁନାହିଁ। ଏଥିପାଇଁ ଆମେ ନିଶ୍ଚିତ ଭାବେ ନୂଆ ବ୍ୟବସ୍ଥା ପ୍ରଣୟନ କରିବୁ। ଆଗକୁ ଚାଇନା କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଏପରି ମହାମାରୀ ହେଲେ, ତା’କୁ କେମିତି ରୋକା ଯିବ ତା’ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବୁ।”



from Odisha Reporter https://ift.tt/2VVw1wj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages