ସାର ପକାଇବାକୁ ଯାଇଥିଲେ ବିଲକୁ, ଜଙ୍ଗଲରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ସାର ପକାଇବାକୁ ଯାଇଥିଲେ ବିଲକୁ, ଜଙ୍ଗଲରୁ ମିଳିଲା ମୃତଦେହ

ବିନିକା( ଦିଲୀପ ସାହୁ): ଦୁଇ ଦିନ ତଳେ ବିଲରେ ସାର ପକାଇବାକୁ ଯାଇ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ଠାବ ହୋଇଛି। ଏପରି ସ୍ପର୍ଶକାତର ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଏସ୍‌ ରାମପୁର ଥାନା କୁହିବାହାଲ ଗାଁରେ ଘଟିଯାଇଛି। ମୃତକ ହେଲେ ସ୍ଵପ୍ନେଶ୍ଵର ମହାନନ୍ଦ ଓରଫ କାଳିଆ (୪୦)।

କାଳିଆ ଗତ ୧ ତାରିଖରେ ସୀଲଜୁରୀ ଗାଁର ଉଗ୍ରସେନ ପଧାନଙ୍କ ଚାଷ ଜମିରେ ସାର ସିଞ୍ଚନ କରିବାକୁ ଯାଇଥିଲେ। ମାତ୍ର ସେବେଠୁ ଆଉ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଗ୍ରସେନଙ୍କ ଘରକୁ ଯାଇଥିଲେ। ହେଲେ ସ୍ଵପ୍ନେଶ୍ଵର ତାଙ୍କ ଚାଷ ଜମିରେ ସାର ସିଞ୍ଚନ ନକରି ଘରକୁ ଫେରିଥିବା କହିଥିଲେ ଉଗ୍ରସେନ। ଏହାପରେ ସନ୍ଦେହ ହେବାରୁ ପରିବାର ଲୋକେ  ଉଗ୍ରସେନ ଓ ତାଙ୍କ ସହଯୋଗୀ ଗଦଗଦ ବିଶ୍ୱାଳଙ୍କ  ନାମରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌  ଏହି  ଘଟଣାରେ ତତ୍ପରତା ଦେଖାଇ ନଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।

ଗତକାଲି ତଦନ୍ତ କରିବାକୁ ଆସିଥିବା ସୁବର୍ଣ୍ଣପୁର ଏସଡିପିଓ ମିହିର ପଣ୍ଡାଙ୍କୁ ସେମାନେ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ I ଘଟଣାସ୍ଥଳରେ ଦୀର୍ଘ ଘଣ୍ଟା ଧରି ଉତ୍ତେଜନା ସୃଷ୍ଟି ହେବା ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଥିଲେI ଏହାପରେ ଗତକାଲି ରାତି ୯ଟାରେ ସ୍ଵପ୍ନେଶ୍ଵରଙ୍କ ମୃତଦେହକୁ ବାରପାହାଡ ଜଙ୍ଗଲରୁ ପୁଲିସ ଠାବ କରିଥିଲା।

ପୁଲିସ ମୃତଦେହ ଜବତ କରିବା ସହ ଥାନାରେ ଉଗ୍ରସେନ ଏବଂ ଗଦଗଦଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।



from Odisha Reporter https://ift.tt/2xKbbHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages