ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରମିକମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଅଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରମିକମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଅଜୟ

ମୁମ୍ବାଇ: କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକ୍‌ଡାଉନ୍ କରାଯାଇଥିବା ବେଳେ ଘରଠାରୁ ଦୂରରେ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ଲୋକେ ଭାରି ହଇରାଣ ହେଉଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ପଦକ୍ଷେପ ନେଇଛନ୍ତି। ତେବେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସେମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ଭଳି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବି ଅସୁବିଧାରେ ଅଛନ୍ତି। କିଛିଦିନ ତଳେ ବ୍ୟକ୍ତିଗତ ସ୍ତରରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସଲ୍‌ମାନ୍ ଖାନ୍‌। ସେ ପ୍ରାୟ ୨୫ ହଜାର ଶ୍ରମିକଙ୍କ ଏକାଉଣ୍ଟକୁ ୧୫ ହଜାର ଟଙ୍କା ଲେଖାଏ ଦେବେ ବୋଲି ଜଣାପଡ଼ିଥିଲା। ଆଉ ଏବେ ଇଣ୍ଡଷ୍ଟ୍ରୀର ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅଜୟ ଦେବଗନ। ସେ ସେମାନଙ୍କ ପାଇଁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

Federation of Western Indian Cine Employees (FWICE)ର ସାଧାରଣ ସମ୍ପାଦକ ଅଶୋକ ଦୁବେ ଏକ ଭିଡିଓ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ୫ ଲକ୍ଷ ଶ୍ରମିକଙ୍କ ଉପକାର ପାଇଁ ଅଜୟ ଦେବଗନ୍ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ମଧ୍ୟ ଏହି ଶ୍ରମିକମାନଙ୍କୁ ସହଯୋଗର ହାତ ବଢ଼ାଇ FWICE କୁ ୫୧ ଲକ୍ଷ ଟଙ୍କା ଦେଇଛନ୍ତି। ଅଶୋକ ଦୁବେଙ୍କ ସୂଚନା ଅନୁଯାୟୀ ଆହୁରି ଅନେକ ବ୍ୟକ୍ତି ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାହୁଁଛନ୍ତି। ତେଣୁ FWICE ସେମାନଙ୍କୁ ଶ୍ରମିକମାନଙ୍କ ବ୍ୟାଙ୍କ ଡିଟେଲ୍ସ ପ୍ରଦାନ କରିଛି।



from Odisha Reporter https://ift.tt/2UXco6j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages