୩ ନିଜାମୁଦ୍ଦିନ ଫେରନ୍ତା କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

୩ ନିଜାମୁଦ୍ଦିନ ଫେରନ୍ତା କରୋନା ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୧୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି। ଅର୍ଥାତ୍ ସେମାନେ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରାଯାଇଛି।

ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ ରାଜ୍ୟକୁ ନିଜାମୁଦ୍ଦିନ୍‌ରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ଟି ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ।


ଅନ୍ୟପକ୍ଷରେ ରାଜ୍ୟରୁ ପ୍ରକୃତରେ କେତେ ଲୋକ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇଥିଲେ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସେହି ବ୍ୟକ୍ତମାନେ ନିଜଆଡ଼ୁ ସାମ୍ନାକୁ ଆସିବା ଉଚିତ୍ ବୋଲି କୁହାଯାଇଛି।

ଏହି ଟ୍ୱିଟ୍‌ରେ କୁହାଯାଇଛି, ନିଜାମୁଦ୍ଦିନ୍ ଲିଙ୍କ୍ ଥିବା ସମସ୍ତ ବ୍ୟକ୍ତି ନିଜଆଡ଼ୁ ୧୦୪କୁ ଫୋନ୍ କରି ସେମାନଙ୍କ ସଂପର୍କରେ ତଥ୍ୟ ଦିଅନ୍ତୁ। ଏଥିରେ ଡରିବାର କିଛି ଆବଶ୍ୟକତା ନାହିଁ କି ଲୁଚନ୍ତୁ ନାହିଁ।

ସେହିପରି ଏହିଭଳି ବ୍ୟକ୍ତିଙ୍କ ସଂପର୍କରେ ଯଦି କାହା ପାଖରେ ସୂଚନା ରହିଛି, ତା’ହେଲେ ୧୦୪କୁ ଫୋନ୍ କରି ଖବର ଦେବାକୁ ସ୍ୱାସ୍ଥ୍ୟ ବିଭାଗ ତା’ଟ୍ୱିଟ୍‌ରେ କହିଛି।


ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ପଞ୍ଚମ ପଜିଟିଭ୍ ରିପୋର୍ଟ ଆସିବା ପରେ ଗତକାଲି ସରକାର ପୂରା ରାଜଧାନୀକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରି ଦେଇଛନ୍ତି। ଏହା ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିବା ବେଳେ ରବିବାର ରାତି ୮ଟାରେ ଶେଷ ହେବ। ସେହିପରି ଭଦ୍ରକ ଓ କଟକରେ ମଧ୍ୟ ୪୮ ଘଣ୍ଟା ଶଟ୍ ଡାଉନ୍ ଲାଗୁ କରାଯାଇଛି। କଟକରୁ ଜଣେ କରୋନା ରୋଗୀ ଥିବା ବେଳେ ଭଦ୍ରକୁ ୨ ଜଣ ଚିହ୍ନଟ ହୋଇଛନ୍ତି।



from Odisha Reporter https://ift.tt/2xJuK2S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages