କରୋନା ମୁକାବିଲା: କଥା ହେଲେ ମୋଦୀ ଓ ନେତାନ୍ୟାହୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

କରୋନା ମୁକାବିଲା: କଥା ହେଲେ ମୋଦୀ ଓ ନେତାନ୍ୟାହୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶୁକ୍ରବାର ଫୋନରେ କଥା ହୋଇଛନ୍ତି।

କୋଭିଡି-୧୯ର ମୁକାବିଲା କରିବା ପାଇଁ ଉଭୟ ଦେଶ ବୈଷୟିକ ଜ୍ଞାନ କୌଶଳ ଏବଂ ଔଷଧ ବାବଦରେ ପରସ୍ପରକୁ ସହଯୋଗ କରିବେ ବୋଲି କଥା ହୋଇଛନ୍ତି ଦୁଇ ଦେଶର ପ୍ରମୁଖ ନେତା।

କୋଭିଡ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ। ମାନବ ଜାତି ପାଇଁ ଏହା ସବୁଠୁ ବଡ଼ ବିପଦ। ତେଣୁ ମାନବିକତା ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ ପାଇଁ ଜଗତୀକରଣ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱର ୨୦୫ଟି ଦେଶ ଏବେ ମହାମାରୀ କରୋନାର ଶିକାର ହୋଇଛନ୍ତି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬୭ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଛି। ସେହିପରି ଇସ୍ରାଏଲରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨୮ ପହଞ୍ଚିଥିବା ବେଳେ ମୋଟ୍ ୪୦ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମୋଟ୍ ୧,୦୯୮,୪୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୯,୧୬୦ ଜଣଙ୍କର ମୃତ୍ୟୁ ହୋଇଛି। ୨୨୮,୯୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/3aNrq5C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages