ପଞ୍ଚାୟତରେ ପଶିବନି କରୋନା, ଶପଥ ନେଲେ ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ପଞ୍ଚାୟତରେ ପଶିବନି କରୋନା, ଶପଥ ନେଲେ ସରପଞ୍ଚ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ର ପରିଚାଳନା ନେଇ ସରପଞ୍ଚମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ମୁଖ୍ୟମନ୍ତ୍ରୀ ଆଜି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ।  ଗ୍ରାମମାନଙ୍କରେ ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚମାନେ ଶପଥ ପାଠ କରିଛନ୍ତି। ତୃଣମୂଳ ସ୍ତରରୁ କରୋନାକୁ ଉପାଡ଼ି ଫୋପାଡ଼ିବାକୁ ଏହି ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ସାମିଲ କରିଛନ୍ତି ।

ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ନେବାକୁ ସରପଞ୍ଚ ଶପଥ ନେଇଛନ୍ତି। ଏହାସହ ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଇଛନ୍ତି ।

ରାଜ୍ୟର ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଆଲୋଚନା ହୋଇଛି। ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

 



from Odisha Reporter https://ift.tt/3bt4Qzx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages