କାହିଁକି ଫେସବୁକର ସାହାରା ନେଲା ଅମ୍ୱାନୀଙ୍କ ଜିଓ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

କାହିଁକି ଫେସବୁକର ସାହାରା ନେଲା ଅମ୍ୱାନୀଙ୍କ ଜିଓ?

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମ ଏବଂ ଫେସବୁକ୍ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ଜିଓରେ ଜୁକରବର୍ଗଙ୍କ ଫେସବୁକ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଯାହାକି ଜିଓର ମୋଟ୍ ଅଂଶଧନର ୯.୯୯%। ଜିଓ-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହି ସୂଚନା ଦେଇଛି। ଯଦିଓ ଜିଓ ନିବେଶକୁ ନେଇ ବ୍ୟବସାୟିକ ମଡ଼େଲର ଚିତ୍ର ସ୍ପଷ୍ଟ କରିନାହିଁ ତଥାପି ଅନେକ ଆକଳନ ହୋଇଛି। ଯାହାକି ରିଲାଏନ୍ସର ମୂଳ ଲକ୍ଷ୍ୟ ବୋଲି କୁହାଯାଇପାରେ।

ରିଲାଏନ୍ସ ଜିଓ ମାର୍ଟ ଏବଂ ବିଶ୍ୱର ସର୍ବବୃହତ ସୋଶାଲ୍ ମିଡିଆ କିଙ୍ଗ୍ ଫେସବୁକ୍ ମଧ୍ୟରେ ହୋଇଥିବା ଚୁକ୍ତି ଆଗାମୀ ଦିନରେ ଦେଶର ପ୍ରତି ଗାଁରେ ଥିବା ଦୋକାନୀ ଗୁଡ଼ିକୁ ଡିଜିଟାଇଜେନ କରିବ। ପାଖାପାଖି ୩ କୋଟି ଛୋଟିଆ ଦୋକାନୀଙ୍କୁ ରିଲାଏନ୍ସ ନିଜ ଚେନରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହି ଦୋକାନୀ ଗୁଡ଼ିକ ଜିଓ ପ୍ଲାଟଫର୍ମ ଅଧୀନରେ ଥିବା ଜିଓ ମାର୍ଟର ବିତରଣ ପଏଣ୍ଟ ବା ଡେଲିଭରୀ ପଏଣ୍ଟ ହେବ। ଲୋକମାନେ ହ୍ୱାଟସଆପ୍ ଜରିଆରେ ଏହି ଘରେ ବସି କୌଣସି ସାମଗ୍ରୀ ଅର୍ଡର କଲେ ପାଖରେ ଥିବା ଦୋକାନୀ ଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କର ଅର୍ଡର ମୁତାବିକ ଜିନିଷ ଦେବ। କହି ରଖୁଛୁ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ ଆଦି ସୋଶାଲ ମିଡିଆ କମ୍ପାନୀର ମୂଳ କମ୍ପାନୀ ଫେସବୁକ।

ମୁକେଶ ଅମ୍ୱାନୀଙ୍କ ନେତୃତ୍ୱାଧୀନ ଜିଓ ଏଭଳି ଡିଜିଲାଇଜ କରିବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ପୂରଣ ହେବ। ଲୋକମାନେ ଅର୍ଡର ଡିଜିଟାଲ ମାଧ୍ୟମରେ କଲେ ପେମେଣ୍ଟ ମଧ୍ୟ ଡିଜିଟାଲ ମାଧ୍ୟମରେ କରିବେ। ଏହାଦ୍ୱାରା ସରକାରଙ୍କ ଟିକସ ସଂଗ୍ରହ ମଧ୍ୟ ବୃଦ୍ଧି ପାଇବ। ଯାହାକି ଡିଜିଟାଲ୍ ଇଣ୍ଡିଆକୁ ମଜବୁତ କରିବ ବୋଲି ଜଣେ ରିଲାଏନ୍ସର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।
ଯଦି ସରକାର ରିଲାଏନ୍ସର ଏଭଳି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ତାହେଲେ ଫ୍ଲିପକାର୍ଟ, ଆମାଜନ, ସ୍ନାପଡିଲ୍ ଭଳି ଇ-କମର୍ସ କମ୍ପାନୀ ଆର୍ଥିକ କ୍ଷତିରେ ପଡ଼ିପାରନ୍ତି।

ସାଧାରଣତଃ ଛୋଟ ଦୋକାନୀମାନେ ଡିଜିଟାଇଜେସନ ପ୍ରକ୍ରିୟାକୁ ଆପଣାଇବାକୁ ଭଲ ପାଆନ୍ତିନି। ହେଲେ ଏବେର ଲୋକମାନେ ଆଉ ବ୍ୟାଗ ଧରି ଧାଡ଼ିରେ ଛିଡ଼ା ହେବାକୁ ଚାହୁଁ ନାହାନ୍ତି। ତେଣୁ ଆଗାମୀ ଦିନରେ ରୋଜଗାର ଓ ଲୋକଙ୍କ କିଣିବା ଶୈଳୀର ବଦଳୁଥିବା ଦେଖି ଛୋଟ ଦୋକାନୀମାନେ ରିଲାଏନ୍ସ ସହ ଯୋଡ଼ି ହେବେ ବୋଲି ଜଣାପଡ଼ିଛି। ଖାଲି ଛୋଟ ଦୋକାନୀ ନୁହଁ ରିଲାଏନ୍ସ ଫଳ, ପନିପରିବା ଏବଂ କିଛି କୃଷିଜାତ ଦ୍ରବ୍ୟକୁ ସିଧାସଳଖ ଲୋକଙ୍କ ହାତରେ ପହଞ୍ଚାଇବାକୁ ଯାଇ ସେମାନଙ୍କୁ ମଧ୍ୟ ରିଲାଏନ୍ସ ନିଜ ଚେନରେ ସଂଯୋଗ କରିପାରେ।



from Odisha Reporter https://ift.tt/2Ko45vJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages