ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି।
୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ସର୍ବାଧିକ ୩୧ ଜଣ ଥିବା ବେଳେ ଜଗତସିଂହପୁରର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୋଳର ୨, ବାଲେଶ୍ୱରର ୨, ସମ୍ବଲପୁରର ୨ ଓ ନୟାଗଡ଼ର ଜଣେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୫ ଜଣ ସ୍ଥାନୀୟ ଅଞ୍ଚଳ।
ପୂର୍ବରୁ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଟକର। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ୪ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର ଓ ଆଉ ୨ ଜଣ ଗଞ୍ଜାମ ଜିଲ୍ଲାର ଥିଲେ।
from Odisha Reporter https://ift.tt/2TkGX61
No comments:
Post a Comment