କରୋନା ମୁକିବାଲି ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି ଆମେରିକା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

କରୋନା ମୁକିବାଲି ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି ଆମେରିକା ରାଷ୍ଟ୍ରପତି

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁକାବିଲା ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି। ସୋମବାର ସେ ଏହା କହିଛନ୍ତି। ଯଦିଓ ଏହି ମ୍ୟାଲେରିଆ ଔଷଧ କରୋନା ମୁକାବିଲା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହୋଇନାହିଁ, ତଥାପି ସେ ଏହାକୁ ପ୍ରତିଷେଧକ ଭାବରେ ଖାଉଥିବା ଟ୍ରମ୍ପ କହିଛନ୍ତି।

ସପ୍ତାହେରୁ ଅଧିକ ଦିନ ହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସହିତ ଏକ ଜିଙ୍କ ସପ୍ଲିମେଣ୍ଟ ଖାଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରମାନେ ଏହି ଔଷଧ ଖାଇବାକୁ ପରାମର୍ଶ ଦେଇ ନାହାନ୍ତି, ହେଲେ ହ୍ୱାଇଟ୍ ହାଉସର ଡାକ୍ତରଙ୍କୁ ସେ ଅନୁରୋଧ କରି ଏହି ଔଷଧ ଖାଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଏହି ଔଷଧର ଉପକାରିତା ବାବଦରେ ବହୁତ ଶୁଣିଛନ୍ତି। ଏଯାବତ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି, ଏବେ ବି ସେ ସୁସ୍ଥ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଭାରତରେ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହୁଏ। କରୋନା ମୁକାବିଲା ପାଇଁ ଏହି ଔଷଧ କିଛି ମାତ୍ରାରେ ସହାୟକ ହେଉଥିବା ଗବେଷକମାନେ ଜାଣିବା ପରେ ଆମେରିକା, ବ୍ରାଜିଲ ଆଦି ଶହେରୁ ଅଧିକ ଦେଶକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇଛି।



from Odisha Reporter https://ift.tt/2XfHXK2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages