କଟକ(ଓଡ଼ିଶା ରିପୋର୍ଟର): ଡ୍ରେନ୍ ସଫା ବେଳେ ଭୁଶୁଡ଼ିଗଲା ଘର। ଜାଇକା ପକ୍ଷରୁ କଟକରେ ଆଜି ଡ୍ରେନ୍ ସଫା ବେଳେ ଏପରି ଅଘଟଣ ଘଟିଛି। ବଜ୍ରକବାଟି ଛତ୍ରବଜାର ମୁଖ୍ୟ ଡ୍ରେନ୍ କଡ଼ରେ ଥିବା ଏକ ଘରର ଆଗ ପଟ ଭୁଶୁଡ଼ି ପଡ଼ିଛି। ଏଥିଯୋଗୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ଡ୍ରେନ୍ ସଫା ବେଳେ କୌଣସି କାରଣରୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି । କେବଳ ଏହି ଗୋଟିଏ ଘର ନୁହେଁ, ନିକଟରେ ଥିବା ଆହୁରି କିଛି ଘରର ବି ଏଭଳି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଏଥିଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଜାଇକା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
from Odisha Reporter https://ift.tt/2TTbs3b
No comments:
Post a Comment