ଶ୍ରୀନଗର: ମହାମାରୀ କରୋନା ବିଶ୍ୱ ପାଇଁ ସବୁଠାରୁ ବଡ଼ ବିପଦ ହୋଇ ଉଭା ହୋଇଛି। ଏହି ସମୟରେ ସବୁ ଦେଶ ଏକାଠି ହୋଇ ଏହା ବିରୋଧରେ କାର୍ଯ୍ୟ କରିବା ଦରକାର। କୌଣସି ଦେଶ ତା’ ପଡ଼ୋଶୀ ଦେଶକୁ ଟାର୍ଗେଟ କରିବେ ନାହିଁ କିମ୍ବା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବେ ନାହିଁ।
ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ବିଶ୍ୱବାସୀଙ୍କୁ ଏପରି ପରାମର୍ଶ ଦେଇଥିଲେ। ତଥାପି ପାକିସ୍ତାନ ତା’ର ପ୍ରକୃତି ଛାଡ଼ିନି। ଆଜି ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ନିକଟରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଯାଇଛି। ଭାରତୀୟ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ ଆଜି ପାକିସ୍ତାନ କସବା, ମାଲତି ଓ କେରେନ ସେକ୍ଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଛି। ସ୍ୱଂୟ ଚାଳିତ ଓ ମୋର୍ଟାର ଦ୍ୱାରା ପାକିସ୍ତାନ ହମଲା କରିବାରୁ ଏହାର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଛି।
ଦୀର୍ଘ ସମୟ ଧରି ଗୁଳି ବିନିୟମ ଚାଲିଥିଲେ ହେଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅଗଷ୍ଟ ମାସରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ପାକିସ୍ତାନ ଅଧିକ ଆକ୍ରମଣାତ୍ମକ ଭାବେ ଭାରତ ଉପରେ ଆକ୍ରମଣ କରି ଚାଲିଛି। ଏଭଳି ଗୁଳିମାଡ଼ କରି ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି।
from Odisha Reporter https://ift.tt/2ZXbMlc
No comments:
Post a Comment