ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ, ବିସିସି ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ, ବିସିସି ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀଙ୍କ ଥିବା ସୂଚନା ମିଳିଛି।   ଘରେ ନିଆଁ ଲାଗି ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ଗତରାତିରେ ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପେଣ୍ଠସାହିସ୍ଥିତ ନିଜ ଘରେ ଥିଲେ। ତାଙ୍କ ସହ ଜଣେ ସମ୍ପର୍କୀୟ ଓ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଥିଲେ। ଏହି ୩ ଜଣ ଗୋଟିଏ ରୁମ୍‌ରେ ଥିବା ବେଳେ ରାତି ପ୍ରାୟ ୨ଟା ପରେ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା।

ପରିବାରର ଅନ୍ୟ ସଦସ୍ୟମାନେ ଏ ସମ୍ପର୍କରେ ଜାଣି ପାରି ନ ଥିବା ବେଳେ ଗୁରୁତର ହୋଇ ପଡ଼ିଥିବା ଅଲେଖ ନିଜେ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍‌ କରି ସାହାଯ୍ୟ ପାଇଁ କହିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ MKCG ମେଡିକାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

 



from Odisha Reporter https://ift.tt/2XgpQox

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages