ଟ୍ରମ୍ପଙ୍କ ବଡ଼ ବୟାନ: ଚାଇନାକୁ ନେଇ ଭଲ ମୁଡ୍‌ରେ ନାହାନ୍ତି ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଟ୍ରମ୍ପଙ୍କ ବଡ଼ ବୟାନ: ଚାଇନାକୁ ନେଇ ଭଲ ମୁଡ୍‌ରେ ନାହାନ୍ତି ମୋଦି

ୱାଶିଂଟନ: ଭାରତ ଓ ଚାଇନା ସୀମା ବିବାଦରେ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତାବ ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମନା କରିବା ପରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏକଥା ନିଜେ ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି, ଏହି ବଡ଼ ବିବାଦ ସମ୍ପର୍କରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ମୋଦିଙ୍କ ମୁଡ୍‌ ଆଦୌ ଭଲ ନାହିଁ।

ହ୍ୱାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ସବୁଠାରୁ ବଡ଼ ବିବାଦ ଚାଲିଛି। ମୁଁ ଆପଣଙ୍କର ପ୍ରଧାନମନ୍ତ୍ରୀ(ନରେନ୍ଦ୍ର ମୋଦି)ଙ୍କୁ ବହୁତ ପସନ୍ଦ କରେ। ସେ ଜଣେ ମହାନ ଜେଣ୍ଟିଲମ୍ୟାନ। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବଡ଼ ବିବାଦ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ।

କାରଣ ଉଭୟ ଦେଶରେ ୧.୪ ବିଲିୟନ ଲେଖାଏ ଲୋକ ରହିଛନ୍ତି। ଦୁଇ ଦେଶ ପାଖରେ ବେଶ ଶକ୍ତିଶାଳୀ ପ୍ରତିରକ୍ଷା ବାହିନୀ ରହିଛନ୍ତି। ଭାରତ ଖୁସି ନାହିଁ କି ଚାଇନା ମଧ୍ୟ ଖୁସି ନୁହେଁ। ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ସୀମା ବିବାଦକୁ ନେଇ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛି। ଚାଇନା ସହ ବର୍ତ୍ତମାନ ସ୍ଥିତିରେ ଯାହା ଚାଲିଛି, ତା’କୁ ନେଇ ସେ ବେଶ ଚିନ୍ତିତ। ସେ ଆଦୌ ଭଲ ମୁଡରେ ନାହାନ୍ତି ବୋଲି ସେ କହିଛନ୍ତି।

ମଧ୍ୟସ୍ଥତା ପାଇଁ ଟ୍ରମ୍ପ କରିଥିବା ଟ୍ୱିଟ ସମ୍ପର୍କରେ ବି ମତ ରଖିଛନ୍ତି। ସେ କହିଛନ୍ତି, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ନିଶ୍ଚିତ ସହଯୋଗ କରିବି। ମୁଁ ମଧ୍ୟସ୍ଥତା କରିବାକୁ ରାଜି ଅଛି।



from Odisha Reporter https://ift.tt/3dfMaE7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages