ଚାଇନା ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବ ଆମେରିକା! ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଚାଇନା ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବ ଆମେରିକା! ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର୍‌

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକା ଓ ଚାଇନା ସମ୍ପର୍କକୁ ଆହୁରି ଖରାପ କରିଛି। ଚାଇନାରୁ କରୋନା ଭାଇରସ ସମଗ୍ର ବିଶ୍ୱକୁ ବ୍ୟାପିଥିବା କୁହାଯାଉଥିବା ବେଳେ ଆମେରିକା ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

କରୋନା ଯୋଗୁ ଆମେରିକାରେ ୮୬, ୯୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୪,୫୭,୫୯୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଆମେରିକାରେ କରୋନା ୧୭ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଏହାକୁ ନେଇ ଚାଇନା ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର କରିଛି। ବର୍ତ୍ତମାନ କରୋନା ଯୋଗୁ ୩,୦୩,୪୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୨୬,୯୦୫ ରହିଛି।

ଆମେରିକା ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ଚାଇନା ଉପରେ ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ଆମେ ଚାହିଁଲେ ଚାଇନା ସହ ଅନେକ କିଛି କରିପାରିବୁ। ଏପରି କି ଚାଇନା ସହ ଆମେ ସବୁ ପ୍ରକାରର ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଦେବୁ। ମୁଁ ବର୍ତ୍ତମାନ ଚାଇନାର ରାଷ୍ଟ୍ରପତି ସି ଜିନିପଙ୍ଗ ସହ କୌଣସି ପ୍ରକାରର କଥା ହେବାକୁ ଚାହୁଁନାହିଁ।

ମୋର ତାଙ୍କ ସହ ଭଲ ସମ୍ପର୍କ ରହିଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ମୁଁ ତାଙ୍କ ସହ କୌଣସି ପ୍ରକାରର କଥା ହେବାକୁ ଚାହୁଁନାହିଁ। ଚାଇନାର ଉହାନ ଲ୍ୟାବକୁ ଯାଇ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ତଦନ୍ତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଆମେରିକା ବାରମ୍ବାର ଅନୁମତି ମଧ୍ୟ ମାଗୁଛି। ହେଲେ ସେମାନେ ମନା କରିଦେଉଛନ୍ତି।

ସେମାନେ ଆମ ସାହାଯ୍ୟ ଚାହୁଁନାହାନ୍ତି। ଯଦି ସେମାନେ ଚାହୁଁନାହାନ୍ତି, ତା’ହେଲେ ଠିକ ଅଛି। କିନ୍ତୁ ସେମାନେ କ’ଣ କରୁଛନ୍ତି ଥରେ ହୃଦୟଙ୍ଗମ କରିବା ଦରକାର। ଏପରି କାମ ଅପରିପକ୍ୱ , ଉଦ୍ଦେଶ୍ୟମୂଳକ ଓ ନିର୍ବୋଧତାର ପରିଚୟ। ଏହାର ପରିଣାମ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିବ।”

ଆମେରିକା ବାରମ୍ବାର ଚାଇନାର ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା କହି ଆସୁଛି। ହେଲେ ଏହାକୁ ଚାଇନା ମାନିବାକୁ ପ୍ରସ୍ତୁତ ହେଉନାହିଁ।



from Odisha Reporter https://ift.tt/3fSsic3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages