ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଓଡ଼ିଶା ମୋଟର ଚାଳକ ସଂଘ ୩ ଦଫା ଦାବି ନେଇ ଆଜି ଧାରଣାରେ ବସିଛି। ତିନି ମାସର ଦରମା, ୫୦ ଲକ୍ଷ ଟଙ୍କାର ବୀମା ଏବଂ ପରିବହନ କର୍ମଚାରୀ ମାନ୍ୟତା ପ୍ରଦାନ ଆଦି ଦାବି ନେଇ ଏହି ଧାରଣା ଦିଆଯାଇଛି।
ତେବେ ସଂଘର ଦାବିକୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ବସ୍ କର୍ମଚାରୀଙ୍କ ସହ ଧାରଣାରେ ବସିଛନ୍ତି। ତେବେ ବସ୍ ମାଲିକଙ୍କୁ ସରକାର ସବୁ କିଛି ଛାଡ଼ କରୁଛନ୍ତି, ହେଲେ ଚାଳକ ଏବଂ ଅନ୍ୟ ବସ୍ କର୍ମଚାରୀଙ୍କୁ ସହାୟତା କ’ଣ ପାଇଁ କରୁନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସଂଘର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ ସହ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସୁର ରାଉତରାୟ ଚେତାବନୀ ଦେଇଛନ୍ତି।
ଏନେଇ ଜଣେ ବସ୍ ଚାଳକ କହିଛନ୍ତି,“ଆମେ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛୁ। ହେଲେ ଆଜି ପର୍ଯ୍ୟନ୍ତ ଆମ ଦୁଃଖ କେହି ଶୁଣି ନାହାନ୍ତି। କରୋନା ପାଇଁ ଗାଡ଼ି ନ ଚାଲିବାରୁ ଆମେ ଘରେ ହାତବାନ୍ଧି ବସିଛୁ। ତେଣୁ ଆମର ଦାବି ହେଉଛି ତିନି ମାସର ଦରମା ଓ ୫୦ ଲକ୍ଷ ଟଙ୍କା ଇନ୍ସୁରାନ୍ସ ଦରକାର।”
from Odisha Reporter https://ift.tt/2BmzXj1
No comments:
Post a Comment