ବଢ଼ିଲା ରୋଷେଇ ଗ୍ୟାସ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ବଢ଼ିଲା ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଜିଠାରୁ ଲକଡାଉନ୍-୫ ଆରମ୍ଭ ହୋଇଛି।କିନ୍ତୁ ଏହା ମଧ୍ୟରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବୃଦ୍ଧି କାରଣରୁ ଭାରତରେ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣସବସିଡିର ରୋଷେଇ ଗ୍ୟାସ୍ ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଛି।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ପୂର୍ବରୁ ଦିଲ୍ଲୀରେ ଅଣସିଡି ଗ୍ୟାସର ଦର ୫୮୧.୫୦ ଟଙ୍କା ଥିଲା, କିନ୍ତୁ ଏବେ ସିଲିଣ୍ଡର ପିଛା ୫୯୩ ଟଙ୍କାକୁ ବୃଦ୍ଧି ପାଇଛି। ଏହିପରି ଭାବେ କୋଲକାତାରେ ଏହାର ଦର ୬୧୬ ଟଙ୍କା ହୋଇଛି। ପୂର୍ବରୁ କୋଲକାତାରେ ସିଲିଣ୍ଡର ଦର ୫୮୪.୫୦ ଟଙ୍କା ଥିଲା। ମୁମ୍ବାଇରେ ପୂର୍ବରୁ ସିଲିଣ୍ଡର ପିଛା ୫୭୯.୫୦ ଥିବା ବେଳେ ଏବେ ତାହା ୫୯୦.୫୦ ଟଙ୍କା ଏବଂ ଚେନ୍ନାଇରେ ୫୬୯.୫୦ ଟଙ୍କାରୁ ୬୦୬.୫୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଚେନ୍ନାଇରେ ଅଣସବସିଡି ରୋଷେଇ ଗ୍ୟାସ ସିଲିଣ୍ଡରର ଦର ୩୭ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଉପରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦରରେ ଏହି ବୃଦ୍ଧିର କୌଣସି ପ୍ରଭାବ ପକାଇବ ନାହିଁ। ପିଏମୟୁୱାଇ ହିତାଧିକାରୀଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ପ୍ରାପ୍ତ ହେବ। ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ତିନିମାସ ପର୍ଯ୍ୟନ୍ତ ମାଗଣାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦେବାକୁ ଘୋଷଣା କରିଥିଲେ।

ଏହା ପୂର୍ବରୁ ଏଲପିଜି ସିଲିଣ୍ଡର ଦରକୁ ହ୍ରାସ କରାଯାଇଥିଲା। ମେ’ ମାସରେ ଅନ୍ତର୍ଜାତୀୟ ସ୍ତରରେ ଏଲପିଜିର ଦର ହ୍ରାସ କାରଣରୁ ରାଜଧାନୀ ଦିଲ୍ଲୀରେ ମେ’ ମାସରେ ସିଲିଣ୍ଡର ପିଛା ଦର ୭୪୪ ଟଙ୍କାରୁ ୫୮୧.୫୦ ଟଙ୍କାକୁ ହ୍ରାସ ପାଇଥିଲା।



from Odisha Reporter https://ift.tt/36NGdff

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages