ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଫେରିବେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ଭୁବନେଶ୍ୱର ଆସିବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବେ।
ବିଜୟଙ୍କୁ ଆଣିବାକୁ ଗତକାଲି ସଂଧ୍ୟାରେ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଅଭିମୁଖେ ଯାଇଛି। ଦୁଇ ମେଡିକାଲର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଜୟ ମହାନ୍ତିଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି।
ଏ ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ବିଜୟ ମହାନ୍ତି ଓଡ଼ିଶା ଗର୍ବ। ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି। ନିଜ ମାଟିକୁ ଫେରିବାକୁ ଆଶା ରଖିଛନ୍ତି। ଏପରି କଠିନ ସମୟରେ ତାଙ୍କ ନିକଟରେ ଆମେମାନେ ଛିଡ଼ା ହେବା ଆବଶ୍ୟକ।
ସୂଚନାଯୋଗ୍ୟ, ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍କୁ ଚେକ୍ଅପ୍ ପାଇଁ ଯାଇଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଛନ୍ତି।
from Odisha Reporter https://ift.tt/2UFJ8Sq
No comments:
Post a Comment