ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାରରେ ପାର୍କିଂ ହୋଇଥିବା ଏକ ଗୋଡ଼ି ବୋଝେଇ ହାଇଓ୍ୱ। ଆଜି ସକାଳେ ହୁତୁ ହୁତୁ ହୋଇ ଜଳିଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ହାଇଓ୍ୱ।ଟି ସମ୍ପୂର୍ଣ୍ଣ ଜଳିଯାଇଛି।
ଆଜି ସକାଳେ ଗାଡ଼ିଟି ଆଳି ନୂଆବଜାରରେ ଛିଡ଼ା ହୋଇଥିବା ବେଳେ ଡ୍ରାଇଭର ସେହି ପାଖରେ କୌଣସି ସ୍ଥାନକୁ ଯାଇଥିଲେ। ଏହି ସମୟରେ କିଏ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ପୁଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।
from Odisha Reporter https://ift.tt/2MUVQbO
No comments:
Post a Comment