ରାତି ଅଧରେ ଗଡ଼ିଲା ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ରାତି ଅଧରେ ଗଡ଼ିଲା ରଥ

ନୀଳଗିରି(ବିଶ୍ୱମ୍ବର ଦାସ ):  କରୋନା କଟକଣା ଯୋଗୁ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ସୁପ୍ରିମ କୋର୍ଟ ବାରଣ କରିବା ସତ୍ତ୍ୱେ ନୀଳଗିରି ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରାର ଆୟୋଜନ କରାଯାଇଛି। ରାତି ଅଧରେ ଗଡ଼ିଲା ରଥ । ମଧ୍ୟରାତ୍ରିରେ ଅଣସର ଗୃହରୁ ବାହାରିଲେ ମହାପ୍ରଭୁ ।

ନୀଳଗିରିର ପରମ୍ପରା ଅନୁଯାୟୀ, ପୁରୀ ରଥ ଦିନ ଠାକୁର ମନ୍ଦିରରୁ ପହଣ୍ଡି ହୋଇ ରଥାରୁଢ଼ ହୋଇଥାନ୍ତି । ଦୁଇଦିନ ଧରି ରଥଟଣା ହୋଇ ମାଉସୀ ମା’ ମନ୍ଦିରରେ ବିଜେ ହୁଅନ୍ତି । ହେଲେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତମାନେ ଠାକୁରଙ୍କୁ ମାଉସୀ ମା’ ମନ୍ଦିର ନେବାକୁ ଜିଦ୍ ଧରି ମନ୍ଦିର ଆଗରେ ଧାରଣା ଦେଇଥିଲେ ।

ଶେଷରେ ସେବାୟତ ଓ ପୂଜକଙ୍କ ଏକ ଟିମ୍‌ ୨୪ ତାରିଖରେ ପୁରୀ ଯାଇ ଛତିଶା ନିଯୋଗ ମୁଖ୍ୟ ଓ ଶଙ୍କରାଚାର୍ଯ୍ୟଙ୍କୁ ୨୫ ତାରିଖରେ ଭେଟିଥିଲେ। ଏହାପରେ ନୀତିକାନ୍ତି ନେଇ ଅବଗତ କରାଇବା ପରେ ରାତିରେ ମନ୍ଦିର ଭିତରେ ରଥଯାତ୍ରା ପାଇଁ ସୂଚନା ଦେଇଥିଲେ । ଏହାପରେ ଗତକାଲି ରାତି ଅଧରେ ୨ ଘଣ୍ଟା ଭିତରେ ୩ଟି କୁନି ରଥ ପ୍ରସ୍ତୁତ କରାଯାଇଥିଲା ।

ରାଜ ଉଆସରୁ ରାଜା ସାହେବ ବି ଛେରାପହଁରା ପାଇଁ ପହଞ୍ଚିଥିଲେ । ଠାକୁରଙ୍କୁ ପହଣ୍ଡି କରି କୁନି ରଥରେ ଆଣି ମନ୍ଦିର ପରିସରରେ ପ୍ରସ୍ତୁତ ଅସ୍ଥାୟୀ ମାଉସୀ ମା’ଙ୍କ ଟେଣ୍ଟରେ ରଖାଯାଇଥିଲା । ବିଳମ୍ବିତ ରାତି ପ୍ରାୟ ୨ଟାରେ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା। ଯାହା ହେଲେ ବି ଠାକୁର  ଜନ୍ମ ବେଦୀକୁ ନ ଯାଇ ଅସ୍ଥାୟୀ  ମାଉସୀ ଘରେ ରହିଥିଲେ ବି ପରମ୍ପରା ଅନୁଯାୟୀ ସବୁ ରୀତିନୀତି ସମ୍ପନ୍ନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ବେଶ୍‌ ଖୁସି ଥିବା କହିଛନ୍ତି।

ଠାକୁର ମହଲର ନିର୍ବାହୀ ଅଧିକାରୀ କହିଛନ୍ତି  ପୂଜକ, ସେବକଙ୍କ ଗୋଟିଏ ଟିମ୍‌ ପୁରୀ ଯାଇଥିଲେ। ଠାକୁର  ରଥରେ ନ ବସିଲେ ମନ୍ଦିରରେ କିପରି ରୀତିନୀତି ହୋଇପାରିବ ସେ ସମ୍ପର୍କରେ ସେମାନେ ମୁକ୍ତି ମଣ୍ଡପର ପଣ୍ଡିତ, ଶଙ୍କରାଚାର୍ଯ୍ୟଙ୍କୁ ପଚାରି ବୁଝିଲେ । ଏହାପରେ ଠାକୁରଙ୍କୁ ରଥାରୁଢ଼ କରାଯାଇ କିପରି ରୀତିନୀତି ସମ୍ପନ୍ନ କରାଯାଇ ପାରିବ ସେ ସମ୍ପର୍କରେ ସେମାନେ ଉପାୟ ବତାଇ ଦେଇଥିଲେ। ସୂଚନା ମିଳିବାର ୨ ଘଣ୍ଟା ଭିତରେ ସବୁ ଆୟୋଜନ ହୋଇଗଲା।

ନିଳଗିରି ମନ୍ଦିରର  ସେବାୟତ କହିଛନ୍ତି, ଠାକୁରଙ୍କୁ ଜନ୍ମ ବେଦୀକୁ ନେଇପାରି ନ ଥିବାରୁ ମନ ଦୁଃଖ ହେଲା । ତଥାପି ଠାକୁର ରଥାରୁଢ଼ ହେବାରୁ ଖୁବ ଖୁସି ଲାଗିଲା। ଠାକୁରଙ୍କ ଆଶିର୍ବାଦ ରହିଲେ ଆସନ୍ତା ବର୍ଷଠାରୁ ପୁଣି ଥରେ ପରମ୍ପରା ଅନୁଯାୟୀ, ରଥ ଯାତ୍ରା ହେବ। ମାଉସୀ ମନ୍ଦିରକୁ ଯିବେ ଠାକୁର। ନିଳାନ୍ଦ୍ରି ବିଜେ କରିବେ ଠାକୁର ବୋଲି କହିଛନ୍ତି।

The post ରାତି ଅଧରେ ଗଡ଼ିଲା ରଥ appeared first on Odisha Reporter.



from Odisha Reporter https://ift.tt/2Zfb80u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages