ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଚିଚିଆ ପଞ୍ଚାୟତର ପଣ୍ଡକୁଳ ଗାଁରେ ଥିବା ବି.ଆର୍. ଆମ୍ବେଦକର ଅନାଥ ଆଶ୍ରମର ଶୌଚାଳୟରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ମୃତ ନାବାଳିକାଙ୍କ ଘର ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଥନଟ ଗାଁରେ। କିଛି ବର୍ଷ ତଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ତା’ପରେ ତାଙ୍କ ମା’ ମଧ୍ୟ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଆଣି ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲେ।
ଗତକାଲି ସନ୍ଧ୍ୟାରେ ଶୌଚାଳୟରେ ତାଙ୍କ ଝୁଲନ୍ତା ମୃତଦେହକୁ ଠାବ କରାଯାଇଥିଲା। ଖବର ପାଇବା ପରେ ଦଶପୁର ଫାଣ୍ଡି ଅଧିକାରୀ ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ କେମିତି ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।
The post ଅନାଥ ଆଶ୍ରମରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/2VhWepm
No comments:
Post a Comment