ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜୀବନ ସଜା କାଟୁଥିଲା କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜୀବନ ସଜା କାଟୁଥିଲା କଏଦୀ

ନୂଆଦିଲ୍ଲୀ: ଜେଲରେ ଆଜୀବନ ସଜା କାଟୁଥିବା କଏଦୀର କରୋନାରେ ମୃତ୍ୟୁ। ଦିଲ୍ଲୀ ମଣ୍ଡଳୀ ଜେଲରେ ଆଜୀବନ ସଜା କାଟୁଥିଲା ୬୨ ବର୍ଷୀୟ କଏଦୀ କନଓ୍ୱର ସିଂହ। ଜୁନ୍ ୧୫ରେ କନଓ୍ୱରର ମୃତ୍ୟୁ ହୋଇଥିଲା। ଜେଲରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଦେଶରେ ଏହା ପ୍ରଥମ ଘଟଣା।

ପ୍ରଥମେ ମୃତ୍ୟୁର କାରଣ ଜଣାପଡ଼ିନଥିଲା। ଏହାପରେ କଏଦୀଙ୍କ ନମୁନା ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ସେ କରୋନାରେ ଆକ୍ରାନ୍ତ ଥିଲେ। ୬୨ ବର୍ଷୀୟ ଏହି କଏଦୀ ଜଣଙ୍କ ୨୦୧୬ ମସିହାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ।

୬ ଜୁଲାଇ ୨୦୧୮ରେ ଏହି ମଣ୍ଡଳୀ ଜେଲକୁ ଆସିଥିଲେ। ଏଠାରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଜେଲରେ ରହୁଥିଲେ। ତାଙ୍କର ବାରାକ ନମ୍ୱର ସିଜେ-୧୪ ରହିଥିଲା। ଏହି ବାରକରେ ୨୮ ଜଣ ଅନ୍ୟ କଏଦୀ ମଧ୍ୟ ରୁହନ୍ତି। ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏବେ ସମସ୍ତ କଏଦୀ ସୁସ୍ଥ ରହିଛନ୍ତି। ଏକ ଡାକ୍ତରୀ ଟିମ୍ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ତେବେ କନଓ୍ୱର ସିଂହ କରୋନାରେ ମୃତ୍ୟୁ ହେବା ଜଣାପଡ଼ିବା ପରେ ତା ସହିତ ମିଳାମିଶା କରିଥିବା କଏଦୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଜେଲରେ ଥିବା ବେଳେ କନଓ୍ୱର କିଭଳି କରୋନାରେ ସଂକ୍ରମିତ ହେଲେ ସେ ନେଇ ପୁଲିସ ଏବଂ ସ୍ୱାସ୍ଥ୍ୟବିଭାଗର ଟିମ୍ ତଦନ୍ତ କରୁଥିବା ସୂଚନା ରହିଛି।



from Odisha Reporter https://ift.tt/3fMb5Ac

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages