ବୈଦେଶିକ ମନ୍ତ୍ରାଳୟର ପୂର୍ବତନ ଅଧିକାରୀଙ୍କ ସ୍ତ୍ରୀଙ୍କୁ ହତ୍ୟା, ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ବୈଦେଶିକ ମନ୍ତ୍ରାଳୟର ପୂର୍ବତନ ଅଧିକାରୀଙ୍କ ସ୍ତ୍ରୀଙ୍କୁ ହତ୍ୟା, ୪ ଗିରଫ

ନୂଆଦିଲ୍ଲୀ: ଲୁଟପାଟ୍ ବେଳେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବୈଦେଶିକ ମନ୍ତ୍ରାଳୟରର ପୂର୍ବତନ ଅଧିକାରୀ ବି.ଆର ଚାଓ୍ୱାଲା(୯୪)ଙ୍କ ସ୍ତ୍ରୀ। ମୃତକଙ୍କ ନା କାନ୍ତା ଚାଓ୍ୱଲା (୮୮)। ରବିବାର ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭରେ ଲୁଟପାଟ ବେଳେ ହତ୍ୟାର ଶିକାର ହୋଇଥିଲା କାନ୍ତା। ଏହି ମାମଲାରେ ଦିଲ୍ଲୀ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଲୁଟେରା ଆକ୍ରମଣରେ ବି.ଆର ଚାଓ୍ୱଲା ମଧ୍ୟ ଆହତ ହୋଇଛନ୍ତି।

ଲୁଟେରାଙ୍କ ଆକ୍ରମଣ ପରେ ବି.ଆର ଚାଓ୍ୱଲା ସହାୟତା ପାଇଁ ପାଟି କରିଥିଲେ। ଏହାପରେ ପଡ଼ୋଶୀ ମାନେ ବି.ଆରଙ୍କ ଘରକୁ ଯାଇଥିଲା। ଏହାପରେ ପୁଲିସ ସକାଳ ୯ଟା ୩୦ରେ ଏହି ଲୁଟପାଟ ଏବଂ ହତ୍ୟା ବାବଦରେ ସୂଚନା ପାଇଥିଲା। ଗତ ବର୍ଷ ଦୁଇ ପିଲାଙ୍କ ମୃତ୍ୟୁ ପରଠାରୁ ଚାୱଲା ଏବଂ କାନ୍ତା ଚାୱଲା ଏହିଠାରେ ଏକାକୀ ରହୁଥିବା ସୂଚନା ରହିଛି।

ପୁଲିସ ଏବେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏଥିସହ ମୃତ ଶରୀରର ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ବାବଦରେ କୌଣସି ସୂଚନା ମିଳିପାରିନାହିଁ। ଘର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୁଲିସ ଦେଖୁଥିବା ସୂଚନା ରହିଛି।

ପୁଲିସ ଏହି ଘଟଣାରେ ପ୍ରାଥମିକ ଭାବରେ ଗିରଫ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ବିଲ୍ଡିଂର ସୁରକ୍ଷା କର୍ମୀ ରହିଛି। ଯିଏକି ସପ୍ତାହେ ପୂର୍ବରୁ ବିନା କୌଣସି ସୂଚନା ନଦେଇ ଡ୍ୟୁଟିକୁ ଆସୁନଥିଲା।

ଲୁଟପାଟ୍ କରିବାକୁ ଲୁଟେରା ମାନେ ଆସିଥିଲା। କାନ୍ତା ଯେତେବେଳେ ବିରୋଧ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଲୁଟେରାଙ୍କ ମଧ୍ୟରୁ ଜଣେ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ କାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତ। ଲୁଟେରାମାନେ ଚାଓ୍ୱାଲାଙ୍କ ଶୋଇବା ଘରେ ଥିବା ଆଲମାରୀରୁ ନଗଦ ଟଙ୍କା ଏବଂ ଅଳଙ୍କାର ନେଇ ପଳାଇ ଥିଲେ ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।



from Odisha Reporter https://ift.tt/3dhpeDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages