ଭଦ୍ରକ(ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ଦାବିରେ ଅଡ଼ି ବସିଛନ୍ତି ପ୍ରବାସୀ। ଫଳରେ ଆକ୍ରାନ୍ତଙ୍କୁ ନେବାକୁ ଆସିଥିବା ଆମ୍ୱୁଲାନ୍ସ ଫେରି ଯାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପେଖରୀ ଵ୍ଲକ ଅନ୍ତର୍ଗତ ମହୁରା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଘଟିଛି ।
ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ୩୫ ଜଣ ଅନ୍ତେବାସୀ ରହୁଛନ୍ତି। ଗତକାଲି ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନେବାକୁ ଆଜି ଏକ ଆମ୍ୱୁଲାନ୍ସ ଆସିଥିଲା। ହେଲେ ସେଣ୍ଟରରେ ଥିବା ଅନ୍ୟ ଅନ୍ତେବାସୀମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଅଡ଼ି ବସିଥିଲେ। ଏମିତିକି ପଜିଟିଭ୍ ରୋଗୀଙ୍କୁ ଡାକ୍ତରଖାନା ଛାଡ଼ି ନଥିଲେ। ଫଳରେ ଆମ୍ୱୁଲାନ୍ସ ରୋଗୀଙ୍କୁ ନନେଇ ଫେରି ଯାଇଛି।
କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉତ୍ତେଜନା ଖବର ପାଇ ଧାମନଗର ପୁଲିସ୍ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରୁଛି।
from Odisha Reporter https://ift.tt/2By9u1S
No comments:
Post a Comment