ଇଡି ହେଡ୍‌କ୍ୱାର୍ଟର୍ସ ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଇଡି ହେଡ୍‌କ୍ୱାର୍ଟର୍ସ ସିଲ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ସ୍ପେଶାଲ୍ ଡାଇରେକ୍ଟର ସ୍ତରର ଅଧିକାରୀଙ୍କ ସମେତ ୫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି। ସୋମବାର ପର୍ଯ୍ୟନ୍ତ ଏହାକୁ ସିଲ୍ କରି ରଖାଯିବ।

ଇଡି ଏହି ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଠିକା କର୍ମଚାରୀ ଅଛନ୍ତି। ଇଡି ପକ୍ଷରୁ ଟେଷ୍ଟ କରାଯିବା ପରେ ସେମାନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଖାନ୍‌ ମାର୍କେଟ୍‌ର ଲୋକ ନାୟକ ଭବନରେ ଇଡିର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଲୋକ ନାୟକ ଭବନର ଅନ୍ୟାନ ମହଲାରେ କରୋନା ପଜିଟିଭ୍ କେସ୍ ଆସିବା ପରେ ଇଡି ନିଜ କର୍ମଚାରୀଙ୍କ ନମୁନା ପରୀକ୍ଷା କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ଏହି କର୍ମଚାରୀମାନଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା ବୋଲି ସେ କହିଛନ୍ତି।

ଏହି ୫ କର୍ମଚାରୀ ଏବେ ଚିକିତ୍ସାଧୀନ ରହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।
କରୋନାକୁ ବ୍ୟାପିବାକୁ ରୋକିବା ପାଇଁ ଇଡି ମୁଖ୍ୟ କାର୍ଯ୍ୟାଳୟକୁ ସପ୍ତାହରେ ୨ ଥର ସାନିଟାଇଜ୍ କରିବାକୁ ନିଷ୍ପତ୍ତି ହୋଇଛି। ତା’ସହିତ ଡାକ ଦ୍ୱାରା ଆସୁଥିବା ସମସ୍ତ ଚିଠିକୁ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ହସ୍ତାନ୍ତର କରାଯିବା ପୂର୍ବରୁ ସାନିଟାଇଜ୍ କରାଯିବ।

ସୂଚନାଯୋଗ୍ୟ, ସାଧାରଣତଃ ମନି ଲଣ୍ଡରିଂ, କଳା ଟଙ୍କା ଓ ହାୱାଲା ଭଳି ମାମଲା ଗୁଡ଼ିକର ତଦନ୍ତ ଇଡି କରେ। ଗତମାସରେ ମଧ୍ୟ ଜଣେ ଇଡି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।



from Odisha Reporter https://ift.tt/3gVydh3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages