ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଇପୁର ଛକରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିକୁନ ବିଶ୍ୱାଳ।
ଗତକାଲି ସନ୍ଧ୍ୟାରେ ରାଇପୁର ଛକରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଚିକୁନଙ୍କର ବଚସା ହୋଇଥିଲା। ପରେ ସେମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହାପରେ ସେହି ଯୁବକମାନେ ଗୁରୁତର ଅବସ୍ଥାରେ ଚିକୁନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରି ପଳାଇଯାଇଥିଲେ। ଚିକୁନଙ୍କ ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଚିକୁନଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଚିକୁନ ଏକ ହତ୍ୟା ମାମଲାରେ ଜାମିନରେ ଆସିଥିଲେ।
from Odisha Reporter https://ift.tt/30J6tGM
No comments:
Post a Comment