ଫେକ ଭିଡିଓ ଶେୟାର କରିବାରୁ ଦିଗବିଜୟ ସିଂହଙ୍କ ନାଁରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଫେକ ଭିଡିଓ ଶେୟାର କରିବାରୁ ଦିଗବିଜୟ ସିଂହଙ୍କ ନାଁରେ ମାମଲା

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନେଇ ତିଆରି ହୋଇଥିବା ଫେକ ଭିଡିଓକୁ ଶେୟାର କରିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫେକ ଭିଡିଓ ଶେୟାର କରିଥିବାରୁ ଭୋପାଲ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଶ୍ରୀ ସିଂହଙ୍କ ନାଁରେ ମାମଲା ରୁଜୁ କରିଛି।

ଶ୍ରୀ ସିଂହ ଶେୟାର କରିଥିବା ଭିଡିଓ ଟ୍ୱିଟରରେ ଭାଇରାଲ ହେବା ପରେ ବିଜେପି ପକ୍ଷରୁ ଏନେଇ ପୁଲିସ୍‌ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଆଇପିସିର ଧାରା ୪୬୫, ୫୦୧ ଓ ୫୦୦ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହାପୂର୍ବରୁ ଫେକ ଭିଡିଓ ଶେୟାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚୌହାନ ଚେତାବନୀ ଦେଇଥିଲେ।

ଏହା ସତ୍ତ୍ୱେ ବି ଦିଗବିଜୟ ସିଂହ ଭିଡିଓକୁ ଟ୍ୱିଟରରେ ଶେୟାର କରିଥିଲେ। ତେବେ ବିବାଦ ସୃଷ୍ଟି ହେବାରୁ ଏହାକୁ ସେ ଡିଲିଟ କରିଦେଇଥିଲେ।



from Odisha Reporter https://ift.tt/2ACbnKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages