ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ରେ ‘ନୋପୋଟିଜିମ୍’କୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ସୁଶାନ୍ତ ନେପୋଟିଜିମ୍ର ଶିକାର ହୋଇଥିଲେ ଓ ସେଥିପାଇଁ ଡିପ୍ରେସନ୍କୁ ଯାଇ ଆତ୍ମହତ୍ୟା କରିଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ବଲିଉଡ୍ର ଅନେକ କଳାକାର ନିଜ ମତ ରଖିଛନ୍ତି। ନିକଟରେ ‘ଆଶିକି’ ଫେମ୍ ତଥା ଅଭିନେତ୍ରୀ ଅନୁ ଅଗ୍ରୱାଲ୍ ମଧ୍ୟ ନେପୋଟିଜିମ୍କୁ ନେଇ ନିଜର ତିକ୍ତ ଅନୁଭୂତି ବାଣ୍ଟିଛନ୍ତି।
ଏକ ସାକ୍ଷାତକାରରେ ଅନୁ କହିଛନ୍ତି ଯେ ବଲିଉଡ୍ରେ ଡେବ୍ୟୁ କରିବା ପରେ ତାଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ପ୍ରଥମେ ତାଙ୍କୁ ବାହାର ଲୋକ (ଆଉଟ୍ ସାଇଡର) ଭଳି ବ୍ୟବହାର କରାଯାଉଥିଲା। ତାଙ୍କ ସଫଳତାକୁ ଦେଖି ଅନ୍ୟ କଳାକାର ମାନେ ଈର୍ଷା କରୁଥିଲେ। ସେଥିପାଇଁ ତାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା।
ସୁଶାନ୍ତ ସିଂ ରାଜପୁତକୁ ନେଇ ଅନୁ କହିଛନ୍ତି, “ମୋର କେହି ଗଡ୍ଫାଦର ନ ଥିଲେ। ମୁଁ ବି ସୁଶାନ୍ତଙ୍କ ପରି ପରିଶ୍ରମ କରି ଆଗକୁ ବଢ଼ିଛି। ତେଣୁ ମୁଁ ସୁଶାନ୍ତଙ୍କ ଅବସ୍ଥାକୁ ଭଲ ଭାବେ ବୁଝିପାରୁଛି। ତାଙ୍କୁ ମଧ୍ୟ ଆଉଟ୍ସାଇଡର୍ ପରି ବ୍ୟବହାର କରାଯାଉଥିବ। ମୋତେ ଯେତେବେଳେ ବାହାର ଲୋକ ପରି ବ୍ୟବହାର କରାଯାଉଥିଲା ସେତେବେଳେ ମୋ ସହ କେହି ନଥିଲେ। ଆଉ ଯେଉଁମାନେ ମୋ ସହ ଠିଆ ହେଉଥିଲେ ସେମାନେ ପ୍ରତିବଦଳରେ ମୋଠୁ କିଛି ଚାହୁଁଥିଲେ। ଯେଉଁଥିପାଇଁ ମୁଁ ପ୍ରସ୍ତୁତ ନଥିଲି। ମୁଁ କମ୍ ବୟସରୁ ବୁଝିସାରିଥିଲି ଯେ ଜଣେ ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ସାହାଯ୍ୟ କରେ।”
ଅନୁ ଆହୁରି କହିଛନ୍ତି, ଗୋଟେ ଆୱାର୍ଡ ଶୋ’ରେ ମୋ ନାଁକୁ ଲିଡ୍ ଅଭିନେତ୍ରୀ ବର୍ଗରୁ ହଟାଇ ସହ ଅଭିନେତ୍ରୀ ବର୍ଗରେ ରଖାଯାଇଥିଲା। ବିଚାରକମାନେ ମୋତେ ଜାଣି ନଥିବାରୁ ଏମିତି କରାଯାଇଥିଲା। ମୁଁ କିଏ? ମୋ ବାପାମା’ କିଏ? ମୁଁ କେଉଁଠିକାର ପିଲା? ଆଦି ବୁଝିବା ପରେ ମୋ ନାଁକୁ ଲିଡ୍ ଅଭିନେତ୍ରୀ ତାଲିକାରୁ ବାଦ୍ ଦେଇଥିଲେ। ଏହା ମୋତେ ବହୁତ ବାଧିଥିଲା ଓ ମୁଁ ସେଦିନ ରାତିସାରା କାନ୍ଦିଥିଲି।
ସୂଚନାଯୋଗ୍ୟ, ଅନୁ ୧୯୯୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆଶିକି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅନୁଙ୍କୁ ଏହି ଫିଲ୍ମ ପାଇଁ ବେଶ୍ ଲୋକପ୍ରିୟତା ମିଳିଥିଲା।
The post “ପ୍ରତିବଦଳରେ ମୋଠୁ କିଛି ଚାହୁଁଥିଲେ… କିନ୍ତୁ ମୁଁ ପ୍ରସ୍ତୁତ ନଥିଲି” appeared first on Odisha Reporter.
from Odisha Reporter https://ift.tt/3g0MlUW
No comments:
Post a Comment