ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁର ଚିକୁନ ବିଶ୍ୱାଳଙ୍କୁ ପଥରରେ ଛେଚି ହତ୍ୟା କରିବା ଘଟଣାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ନାଁ ଲିପୁନ ସାସମଲ।
ସୂଚନା ଅନୁସାରେ, ପହିଲି ରଜ ଦିନ ରାଇପୁର ଛକ ନିକଟରେ ଚିକୁନ ଓ ଲିପୁନ ସାସମଲଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ଏହାପରେ ଚିକୁନଙ୍କୁ ଲିପୁନ ଓ ତାଙ୍କ ୪ ଜଣ ସହଯୋଗୀ ପଥରରେ ଆକ୍ରମଣ କରିଥିଲେ। ଚିକୁନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜୁନ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଢେଙ୍କାନାଳ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍ ସହରର ବାଜିଚୌକ ,କଙ୍କଡାହାଡ ଓ କାମାକ୍ଷାନଗର ଅଞ୍ଚଳରୁ ଗତକାଲି ଅଭିଯୁକ୍ତ ଲିପୁନ ସାସମଲଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା। ଏନେଇ ଅତିରିକ୍ତ ଏସପି ବିନୟ କୃଷ୍ଣ କାମିଲା ସୂଚନା ଦେଇଛନ୍ତି। ଏହି ଘଟଣାରେ ଆହୁରି ୬ ଜଣ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି। ସେମାନଙ୍କୁ ଧରବିକୁ ପୁଲିସ୍ ଚେଷ୍ଟା ଚଳାଇଛି।
The post ଚିକୁନ ବିଶ୍ୱାଳ ହତ୍ୟା ଘଟଣାରେ ୫ ଗିରଫ appeared first on Odisha Reporter.
from Odisha Reporter https://ift.tt/3811bb4
No comments:
Post a Comment