ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 10, 2020

ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋରାପୁଟ(ସୂର୍ଯ୍ୟ ପାତ୍ର): ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଗୁଗୁଲ ଫର୍ମସ, ହ୍ୱାଟସ ଆପ୍, ଇମେଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ । ଏପରିକି ଯଦି ଆବଶ୍ୟକ ହୁଏ ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନରେ ପ୍ରଶ୍ନ ଡକାଯିବ । କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ।

କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ।

ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ନ ଆସି ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷାର ଅବଧି ତିନି ଘଣ୍ଟା ରହିବ । ଉତ୍ତର ଲେଖି ସାରିବା ପରେ ସେମାନେ ପ୍ରତ୍ୟେକ ପୃଷ୍ଠାର ଫଟୋ  କିମ୍ବା ତାହାକୁ ସ୍କାନ କରି ଏକ ଘଣ୍ଟା ମଧ୍ୟରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇବେ । ଯଦି କୌଣସି କାରଣରୁ ଉତ୍ତରଖାତା ସେପରି ପଠାଯାଇ ନ ପାରିଲା ତେବେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇବେ । କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛାତ୍ରଛାତ୍ରୀମାନେ ଘରେ ସୁରକ୍ଷିତ ରହି କିପରି ପରୀକ୍ଷା ଦେଇପାରିବେ ସେଥିଲାଗି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ।



from Odisha Reporter https://ift.tt/2AXFs7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages