ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୬୦ ବରୁଣ ଗଡ଼ିଆଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଯଶୋବନ୍ତ ମହାନ୍ତି। ସେ ବସ୍ତା ବିଏସ୍ଏନ୍ଏଲରେ ଅସ୍ଥାୟୀ କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ।
ଯଶୋବନ୍ତ ରାତି ଡ୍ୟୁଟି କରି ଆଜି ସକାଳେ ସାଇକେଲରେ ଘରକୁ ଫେରୁଥିବା ବେଳେ ବରୁଣ ଗଡ଼ିଆଠାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବସ୍ତା ଡାକ୍ତରଖାନାକୁ ପଠାଇଛି।
from Odisha Reporter https://ift.tt/2UtrNMk
No comments:
Post a Comment