ହୋଟେଲ୍‌ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 29, 2020

ହୋଟେଲ୍‌ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ: ମୁମ୍ବାଇର କୋଲାବାରେ ଥିବା ‘ତାଜ ମହଲ ପ୍ୟାଲେସ୍ ହୋଟେଲ୍‌’ ଓ ବାନ୍ଦ୍ରାରେ ଥିବା ‘ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲ୍‌’କୁ ଉଡ଼ାଇ ଦିଆଯିବାକୁ ଧମକ ମିଳିଛି। ଫୋନ୍‌ରେ ଏହି ଧମକ ମିଳିଛି। ଏହି ଧମକ ପରେ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଫୋନ୍ କଲ୍ ଆସିଥିଲା। ପାକିସ୍ତାନରୁ ଏହି କଲ୍ କରାଯାଇଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ସଦସ୍ୟ ଭାବେ ପରିଚୟ ଦେଇଥିଲା। ପ୍ରଥମ ଫୋନ୍ କଲ୍‌ଟି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଆସିଥିଲା ମୁମ୍ବାଇର କୋଲାବା ସ୍ଥିତ ତାଜ୍ ମହଲ ପ୍ୟାଲେସ୍‌କୁ। ଏହି ହୋଟେଲ୍‌କୁ ଉଡ଼ାଇ ଦିଆଯିବ ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ଏହା ପରେ ଦ୍ୱିତୀୟ କଲ୍ ଆସିଥିଲା ବାନ୍ଦ୍ରା ସ୍ଥିତ ‘ତାଜ୍ ଲ୍ୟାଣ୍ଡ ଏଣ୍ଡ’କୁ। ଏହାର କର୍ମଚାରୀଙ୍କୁ ମଧ୍ୟ ସମାନ ଧମକ ମିଳିଥିଲା।

ଉଭୟ ହୋଟେଲ୍‌କୁ ସେହି ସମାନ ନମ୍ବରରୁ ଫୋନ୍ ଆସିଥିଲା। ଯଦିଓ କରୋନା ଭାଇରସ୍‌ କାରଣରୁ ଲକ୍‌ଡାଉନ୍ କଟକଣା ଲାଗିଥିବାରୁ ଏହି ସବୁ ହୋଟେଲ୍‌ଗୁଡ଼ିକ ବନ୍ଦ ରହିଛି, ତଥାପି ପୁଲିସ୍ ପକ୍ଷରୁ ଏସବୁର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଜ ମହଲ ପ୍ୟାଲେସ୍ ହୋଟେଲ୍‌’ ବି ରକ୍ତରଞ୍ଜିତ ହୋଇଥିଲା। ଏହି ହୋଟେଲ୍‌ ସହିତ ଆତଙ୍କବାଦୀମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଲଶ୍କର-ଇ-ତୋଏବାର ୧୦ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ବେଳେ ୯ ଜଣ ନିହତ ହୋଇଥିଲେ। ପରେ ଜଣେ ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଦିଆଯାଇଥିଲା।

The post ହୋଟେଲ୍‌ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ appeared first on Odisha Reporter.



from Odisha Reporter https://ift.tt/2BOgdoA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages