ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଡିଜିପି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ରାଇବଗା ଥାନା ଅଭିମୁଖେ ଯାଇଥିବା ଡିଜିପି ଟ୍ୱିଟ୍ କରିଛନ୍ତି।
ଏହି ଘଟଣାରେ ଜୁନ୍ ୨୬ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍ ନିଲମ୍ବନ କରିଥିଲେ। କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି।
ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ନିଲମ୍ବିତ ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ୍ ଧରିବାରେ ସକ୍ଷମ ହୋଇ ନାହିଁ। ଏଥିସହ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ୍ ଧରିପାରି ନାହିଁ।
The post ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ହେବ କ୍ରାଇମ୍ବ୍ରାଞ୍ଚ ତଦନ୍ତ appeared first on Odisha Reporter.
from Odisha Reporter https://ift.tt/2ZoSx23
No comments:
Post a Comment