‘ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଚଳିତ ରଥଯାତ୍ରା ସଫଳ ହେଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

‘ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଚଳିତ ରଥଯାତ୍ରା ସଫଳ ହେଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସଂପନ୍ନ ହୋଇଥିବା ଗଜପତି କହିଛନ୍ତି।

ସେ କହିଛନ୍ତି, “ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ। ସେବାୟତଙ୍କ ଉତ୍ସର୍ଗୀକୃତ ସେବା ଦ୍ୱାରା ରଥଯାତ୍ରା ସଫଳ ହେଲା। ଏଥିସହ କୋଭିଡ୍ ନିୟମ ମାନି ଘରେ ରହି ଟିଭିରେ ରଥଯାତ୍ରା ଦେଖିଥିବାରୁ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା।”

ସୂଚନାଯୋଗ୍ୟ, ଗତକାଲି ବିଶ୍ୱ ପ୍ରସିଦ୍ଧ  ରଥଯାତ୍ରା ଶେଷ ହୋଇଛି। ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଶ୍ରୀଜିଉ।

 

The post ‘ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଚଳିତ ରଥଯାତ୍ରା ସଫଳ ହେଲା’ appeared first on Odisha Reporter.



from Odisha Reporter https://ift.tt/2Z1hh1m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages