ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ନିଜ କାୟା ବିସ୍ତାର କରିଚାଲିଛି। ରବିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୪,୮୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୭୩,୧୬୫ରେ ପହଞ୍ଚିଛି।
ଦେଶରେ ଅନଲକ୍-୨ ଚାଲିଥିବା ବେଳେ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୬୧୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ସହ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୯୨୬୮ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ରିକୋଭରି ରେଟ୍ ବା ସୁସ୍ଥ ହାର ୬୦.୭୭ ପ୍ରତିଶତ ରହିଥିବା ବେଳେ ୪୦୯୦୮୩ ଜଣ ଏହି ମହାମାରୀ ସଂକ୍ରମଣକୁ ହରାଇ ସୁସ୍ଥ ମଧ୍ୟ ହୋଇଛନ୍ତି। ଅନ୍ୟପଟେ ଦେଶରେ କରୋନା ପଜିଟିଭ୍ ରେଟ୍ ବୃଦ୍ଧି ପାଇ ୯.୯୮ ପ୍ରତିଶତରେ ପହଞ୍ଚିଲାଣି।
ରାଜ୍ୟଗୁଡ଼ିକର ସ୍ଥିତି ବିଷୟରେ କହିବାକୁ ଗଲେ, ମହାରାଷ୍ଟ୍ରର ସବୁଠାରୁ ଅଧିକ ଖରାପ ସ୍ଥିତି ରହିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୨ ଲକ୍ଷ ଟପିଛି। ଏହାପରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବାକୁ ବସିଛି। ତେବେ ଦିଲ୍ଲୀରେ କରୋନା ପଜିଟିଭଙ୍କ ସଂଖ୍ୟା ୯୭ ହଜାର ଟପିଛି।
The post ୨୪ ଘଣ୍ଟାରେ ୨୪ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ appeared first on Odisha Reporter.
from Odisha Reporter https://ift.tt/2ZAHrY0
No comments:
Post a Comment