ଭିଡିଓ ଧରାଇ ଦେଲା ପିଇଓଙ୍କ କାରନାମା, ଆସିଲା ତଦନ୍ତ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ଭିଡିଓ ଧରାଇ ଦେଲା ପିଇଓଙ୍କ କାରନାମା, ଆସିଲା ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ରାୟଗୁରୁ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀଙ୍କୁ ଟଙ୍କା ମାଗିବା ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ। ଜଣେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସେ ଏହି ତଦନ୍ତ କରିବାକୁ କହିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

ଏହି ଭାଇରାଲ ଭିଡିଓରେ ବିଦେଶରୁ ଆସିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ପିଇଓ କହୁଛନ୍ତି, ଦେଶ ଭିତରରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଲେ ପଇସା ଦେବାକୁ ପଡ଼ିବ ନାହିଁ। ହେଲେ ଦେଶ ବାହାରୁ ଯଥା ବିଦେଶରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଲେ ପଇସା ଦେବାକୁ ପଡ଼ିବ। ନ ହେଲେ କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ।

ସେ ଆହୁରି କହିଛନ୍ତି, ବିଦେଶୀରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେଲେ ରହିବା ଓ ଖାଇବା ଖର୍ଚ୍ଚ ଦେବାକୁ ପଡିବ। ୧୬ ଦିନ ରହିବା ପାଇଁ ଦୈନିକ ୧୨୦ଟଙ୍କା ହିସାବରେ ୧୯ ଶହ ୨୦ଟଙ୍କା ଏବଂ ସାମଗ୍ରୀ ବ୍ୟବହାର ବାବଦକୁ ୧ ହଜାର ଟଙ୍କା ଦେବାକୁ ହେବ।

ତେବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ପ୍ରକଳ୍ପ ନିର୍ଦ୍ଦେଶକ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ଭିଡିଓ ଧରାଇ ଦେଲା ପିଇଓଙ୍କ କାରନାମା, ଆସିଲା ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3faYaal

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages