ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍‌ ଆପ: ପବଜି, ଆଲିବାବା ଓ ସାଓମି ବି ବନ୍ଦ ହେବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍‌ ଆପ: ପବଜି, ଆଲିବାବା ଓ ସାଓମି ବି ବନ୍ଦ ହେବ!

ନୂଆଦିଲ୍ଲୀ: ପୁଣିଥରେ ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ। ପୂର୍ବରୁ ଟିକଟକ ସହ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଥିବା ଭାରତ ସରକାର ଏବେ ଆଉ ୪୭ଟି ଆପ୍‌ ଉପରେ ରୋକ ଲଗାଇଛନ୍ତି। ଏହି ୪୭ଟି ଆପ୍‌ ବ୍ୟାନ୍‌ ହୋଇଥିବା ୫୯ଟି ଆପ୍‌ର ବିକଳ୍ପ ଭାବେ କାମ କରୁଥିଲେ। ତେବେ ଏହାର ତାଲିକା ଏଯାଏ ପ୍ରକାଶ ପାଇନାହିଁ। ସେହିପରି ଆଗକୁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୫୦ରୁ ଅଧିକ ଚାଇନିଜ୍‌ ଆପ୍‌କୁ ଭାରତ ସରକାର ତାଲିକା ଭୁକ୍ତ କରି ଏଗୁଡ଼ିକର ଯାଞ୍ଚ କରୁଛନ୍ତି।

ଏହି ଚାଇନିଜ୍‌ ଆପଗୁଡ଼ିକ ଭାରତର ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛନ୍ତି କି ନାହିଁ, ତା’ର ସୀମକ୍ଷା କରାଯାଉଛି। ଯଦି ଏଗୁଡ଼ିକରେ କିଛି ବି ତ୍ରୁଟି ରହିଥାଏ, ତା’ହେଲେ ଏହାକୁ ଭାରତରେ ବ୍ୟାନ୍‌ କରାଯିବ। ଏହି ୨୫୦ଟି ଆପ୍‌ ମଧ୍ୟରେ ପବଜି, ଆଲିବାବା, ଟେନସେଣ୍ଟ, ବାଇଟ ଡ୍ୟାନ୍ସ ଓ ସାଓମି ରହିଛନ୍ତି। ଏହାବାଦ୍‌ ଚାଇନା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କେତେକ ଲୋକପ୍ରିୟ ଗେମିଂ ଆପ ଉପରେ ମଧ୍ୟ ସରକାର ରୋକ ଲଗାଇବାକୁ ଯାଉଛନ୍ତି।

ଏହି ଚାଇନିଜ୍‌ ଆପଗୁଡ଼ିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଏହାକୁ ଚାଇନା ସରକାରଙ୍କୁ ଦେଉଥିବା ସନ୍ଦେହ ପ୍ରକାଶ ପାଇଛି। ତେଣୁ ସରକାର ଏହାର ଯାଞ୍ଚ ଆରମ୍ଭ କରିଛନ୍ତି। ଯାଞ୍ଚ ସମୟରେ ସାଇବର ବିଶେଷଜ୍ଞମାନେ ନିଜର ମତାମତ ଦେବେ। ଜାତୀୟ ସୁରକ୍ଷା ପ୍ରତି ଯଦି ଏଗୁଡ଼ିକ ବିପଦ ସୃଷ୍ଟି କରୁଥିବେ, ତା’ହେଲେ ଏହା ଉପରେ ରୋକ ଲଗାଯିବ ବୋଲି ଜଣାପଡ଼ିଛି।

The post ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍‌ ଆପ: ପବଜି, ଆଲିବାବା ଓ ସାଓମି ବି ବନ୍ଦ ହେବ! appeared first on Odisha Reporter.



from Odisha Reporter https://ift.tt/32Z3iMe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages