ଦୀପା ସାହୁ ଫେରି ଆସିଛନ୍ତି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ଦୀପା ସାହୁ ଫେରି ଆସିଛନ୍ତି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ହିଟ୍ ଆଲ୍‌ବମ୍‌ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପା ସାହୁଙ୍କର ପରଲୋକ ହୋଇଯାଇଛି। ଦୁଇ ବର୍ଷ ହେଲା କ୍ୟାନ୍‌ସର୍‌ରେ ପୀଡ଼ିତ ଥିବା ଦୀପା ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସମସ୍ତଙ୍କ ଭଳି ଏ ଘଟଣାରେ ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଦୁଃଖ ପ୍ରକାଶ କରିଥିଲେ। ତା’ସହିତ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ଓଡ଼ିଆ ଆଲ୍‌ବମ୍ ଇଣ୍ଡଷ୍ଟ୍ରୀରେ ଦୀପା ସାହୁ ସବୁଠୁ ସଫଳ ଅଭିନେତ୍ରୀ ଥିଲେ। ସେ ଓଡ଼ିଆ ଆଲ୍‌ବମ୍ ଇଣ୍ଡଷ୍ଟ୍ରୀରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ତେବେ ଏହାର କିଛି ଘଣ୍ଟା ପରେ ସେ ଆଉ ଏକ ପୋଷ୍ଟ୍ କରିଥିଲେ। ତାଙ୍କର ଏହି ପୋଷ୍ଟ ପଢ଼ି ଦୀପା ସାହୁଙ୍କ ଅନେକ ଫ୍ୟାନ୍‌ଙ୍କ ଆଖି ଓଦା ହୋଇଯାଇଥିବ ନିଶ୍ଚୟ। କାରଣ ଏଥିରେ ସବ୍ୟସାଚୀ ଏକ ନବଜାତ ଝିଅର ଫଟୋ ପୋଷ୍ଟ୍ କରି ସେ (ଦୀପା ସାହୁ) ଫେରି ଆସିଛନ୍ତି ବୋଲି ଲେଖିଛନ୍ତି।

ସବ୍ୟସାଚୀ ଏହି ପୋଷ୍ଟରେ ଲେଖିଛନ୍ତି- ଲକ୍‌ଡାଉନ୍ ଓ ଅନ୍ୟାନ୍ୟ କାରଣରୁ ତାମିଲନାଡୁର ହୋସରରେ ରହୁଥିବା ସସ୍ମିତା ସାହୁ ସମସ୍ୟା ମଧ୍ୟରେ ଥିଲେ। ସେ ଗର୍ଭବତୀ ମଧ୍ୟ ଥିଲେ। ତାଙ୍କୁ ହୋସର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲି ଓ ସେ ସେଠାରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି। ଉଭୟ ମା’ ଓ ଝିଅ ଭଲ ଅଛନ୍ତି। ସେ ତାଙ୍କ ଝିଅର ନାଁ ଦେବାକୁ ମୋତେ କହିଥିଲେ। ଅଭିନେତ୍ରୀ ଦୀପା ସାହୁଙ୍କ ସ୍ମୃତିରେ ସେ ଝିଅର ନାଁ ‘ଦୀପା’ ରଖିବାକୁ ମୁଁ ପ୍ରସ୍ତାବ ଦେଇଥିଲି।

ଏହା ପରେ ସବ୍ୟସାଚୀ ଆହୁରି ଲେଖିଛନ୍ତି- ସଂଯୋଗ। ଏହି ଝିଅଟିର ସାଂଜ୍ଞା ବି ସମାନ- ‘ଦୀପା ସାହୁ’। ସେ ଫେରିଆସିଛନ୍ତି। ଉଭୟ ଛୁଆ ଓ ମା’ଙ୍କୁ ଆର୍ଶୀବାଦ କରନ୍ତୁ।         

ସୂଚନାଯୋଗ୍ୟ, ଦୀପା ଆଲବମ୍ ସହିତ ଫିଲ୍ମ ଓ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ବାଲ୍ୟାମ୍ବା ଗାଁରେ ହୋଇଥିଲା।

ତାଙ୍କ ବାପାଙ୍କ ନାଁ ଉଲ୍ଲାସ ସାହୁ। ତାଙ୍କ ମା’ ମଞ୍ଜୁଲତା ସାହୁଙ୍କ ପରଲୋକ ହୋଇସାରିଛି। ଦୀପା ଢେଙ୍କାନାଳ ସହରର ଜବାହରଚୌକ ସ୍ଥିତ ନିଜ ମାମୁଙ୍କ ଘରେ ରହି ପାଠ ପଢ଼ିଥିଲେ। ସେ ଢେଙ୍କାନାଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ହାଇସ୍କୁଲ ପଢ଼ା ଶେଷ କରିଥିଲେ। ଛୋଟ ବେଳୁ ସେ ଓଡ଼ିଶୀ ନୃତ୍ୟରେ ରୁଚି ରଖିଥିଲେ। ଦୀପା ୧୬ ବର୍ଷର ହୋଇଥିବାବେଳେ ତାଙ୍କ ମା’ଙ୍କର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇଥିଲା। ଦୀପା ୧୯୯୬ ମସିହାରେ ଆଲବମ୍‌ ଦୁନିଆରେ ପାଦ ଥାପିଥିଲେ । ପରେ ସେ ମନିନ୍ଦ୍ର ଦତ୍ତଙ୍କୁ ବିବାହ କରିଥିଲେ। ତାଙ୍କର ୧୧ ବର୍ଷର ଝିଅଟିଏ ଅଛି।

 

The post ଦୀପା ସାହୁ ଫେରି ଆସିଛନ୍ତି ! appeared first on Odisha Reporter.



from Odisha Reporter https://ift.tt/3g7L6DA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages