ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଫଳ ବାହାରିଥାନ୍ତି। ଝିଅଟି ପରୀକ୍ଷା ଦେଇଥିବା ବେଳେ ବହୁ ଉତ୍ସୁକତାର ସହ ରେଜଲ୍ଟକୁ ଅପେକ୍ଷା କରିଥିଲା। ହେଲା ତା’ ପୂର୍ବରୁ ଚାଲିଗଲା ଜୀବନ।
ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-ଟୁରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ନାବାଳିକାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ହେଲେ ନାବାଳିକାଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ଅନର କିଲିଂ ହୋଇଥିବା ଚର୍ଚ୍ଚା ଜୋର ଧରିଛି।
ନାବାଳିକାଙ୍କର ପୂର୍ବରୁ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ପାଖପଡ଼ୋଶୀ କହୁଥିବା ବେଳେ ଏହି କାରଣରୁ ପରିବାର ଲୋକ ହତ୍ୟା କରିଥିବା ପୁଲିସ୍ ଅନୁମାନ କରୁଛି। ମୃତଦେହ ଉଦ୍ଧାର ପରେ ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ କ୍ଲବ ସଦସ୍ୟ ଧରି ପୁଲିସ୍ ଜିମା ଦେଇଛନ୍ତି । ଅନ୍ୟପଟେ କେହି ଦୁର୍ବୃତ୍ତ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ସେନେଇ ପୁଲିସ୍ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।
The post ନାବାଳିକାଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର; ରାଜଧାନୀରେ ଅନର କିଲିଂ ଚର୍ଚ୍ଚା appeared first on Odisha Reporter.
from Odisha Reporter https://ift.tt/3hHejFR
No comments:
Post a Comment