ମହାନଦୀକୁ ଡେଇଁଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ(ସଞ୍ଜୀପ କୁମାର ନାୟକ): ବାଙ୍କି ଥାନା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜରୁ ଗତକାଲି ବିଳମ୍ବିତ ରାତିରେ ମହାନଦୀକୁ ଜଣେ ଯୁବକ ଡେଇଁ ପଡ଼ିଥିବା ଜଣାଯାଇଛି। ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଅଗ୍ନିଶମ ବିଭାଗର ୨ଟି ଟିମ୍‌ ନିୟୋଜିତ ଥିବା ବେଳେ ତାଙ୍କ ପତ୍ତା ମିଳି ପାରିନି। ନିଖୋଜଜଣକ ସ୍ଥାନୀୟ ସୁଣ୍ଠିପାଳ ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ବୋଲି ଜଣାଯାଇଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଜଣକ ଗତକାଲି ସନ୍ଧ୍ୟାରେ ଘରକୁ ଫେରିଥିଲେ। ଏହାପରେ ଘରେ ସ୍ୱାଭାବିକ ଭାବେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍‌ ଧରି ସେ ମହାନଦୀ ବ୍ରିଜକୁ ଆସିଥିଲେ। ବ୍ରିଜ୍ ଉପରେ ବାଇକ୍, ଚପଲ ରଖି ମହାନଦୀକୁ ଡେଇଁପଡ଼ିଥିଲେ । ଖବର ପାଇ ଆଜି ସକାଳୁ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ନିଖୋଜ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେମାନେ ମଧ୍ୟରେ ପୁଅର ଏପରି ପଦକ୍ଷେପର କାରଣ କହି ପାରୁ ନାହାନ୍ତି।

The post ମହାନଦୀକୁ ଡେଇଁଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/2ZuNai4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages