ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ପୁରୀ(ଓଡ଼ିଶା  ରିପୋର୍ଟର): ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ । ଆଜି ଶ୍ରୀଜିଉ ନୀଳ କନ୍ଦରକୁ ଫେରି ରତ୍ନବେଦୀରେ ବିରାଜମାନ କରିବେ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର । ଷାଠିଏ ପଉଟି ପ୍ରସ୍ତୁତ ପାଇଁ ପୁଣି ଚଳଚଞ୍ଚଳ ହେବ ରୋଷଶାଳା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ ଭକ୍ତ ଧନ୍ୟ ହେବ ।

ମହାପ୍ରଭୁଙ୍କ ସେବା କରିବାକୁ ଓ ରତ୍ନ ବେଦୀରେ ଦର୍ଶନ କରିବାକୁ ଗହଳି ଲାଗିବ । ପ୍ରାୟ ମାସେ ପରେ ରତ୍ନବେଦୀକୁ ଆଜି ରାତିରେ ଫେରିବେ ଶ୍ରୀଜିଉ। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ବାହାରକୁ   ବାହାରିଥିଲେ ଚତୁର୍ଦ୍ଧା ମୂରତି । ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିଲେ । ତା ପରେ ଭକ୍ତକୁ ଦର୍ଶନ ଦେବାକୁ ରଥାରୁଢ଼ ହୋଇ ଜନ୍ମବେଦୀକୁ ଗଲେ ।

ବାହୁଡ଼ା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ସହିତ ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଗତକାଲି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା ।

The post ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ appeared first on Odisha Reporter.



from Odisha Reporter https://ift.tt/3eYLIuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages