ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ

ରାଉରକେଲା (ପବନ ତିୱାରୀ): ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଲୋକେ ରାଉରକେଲା ଆସିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ ବୋଲି ଗତକାଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଏହା ବାଧ୍ୟତାମୂଳକ ବୋଲି ସେ କହିଥିଲେ। ଆଜି ସେ କହିଛନ୍ତି ଯେ ଏହି ସବୁ ଜିଲ୍ଲାଗୁଡ଼ିକୁ ରାଉରକେଲାରୁ କୌଣସି ବ୍ୟକ୍ତି ୫ ଘଣ୍ଟା ପାଇଁ ଗଲେ ବି ଫେରିଲା ପରେ କ୍ୱାରେଣ୍ଟାଇନ୍‌ରେ ରହିବେ। ରେଜିଷ୍ଟ୍ରେସନ ପରେ ସେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହିପରି ବାହାର ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟାଇନ୍ ଅନାବଶ୍ୟକ। ତେବେ ବାହାର ଜିଲ୍ଲାରୁ ଆସୁଥିବା ଲୋକେ କାହା ସହ ନମିଶି ନିଜ କାମ ସାରି ଫେରିପାରିବେ।

ସେ ପୁଣି କହିଛନ୍ତି ଯେ ଯଦି କୌଣସି ଲୋକ ହୋମ୍‌ କ୍ୱରେଣ୍ଟାଇନରେ ରହିବାକୁ ସୁବିଧା ଥିବ, ତା’ହେଲେ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ନ ରହି ହୋମ କ୍ୱାରେଣ୍ଟାଇନରେ ରହିପାରିବେ।

The post ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ appeared first on Odisha Reporter.



from Odisha Reporter https://ift.tt/3iGwlcS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages