ମୁମ୍ବାଇ: ଜୁନ୍ ୧୫ ତାରିଖରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ଯବାନ ମାନେ ପ୍ରଥମେ ଆକ୍ରମଣ କରିଥିଲେ ଓ ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ। ଏଥିରେ ଚୀନର ଜଣେ କମାଣ୍ଡିଂ ଅଫିସ୍ରଙ୍କ ସମେତ ଦୁଇ ଅଧିକାରୀ ନିହତ ହୋଇଥିବା ଚୀନ ସ୍ୱୀକାର କରିଛି। ତେବେ ଏହି ସଂଘର୍ଷରେ ଚୀନର ୪୩ ଜଣ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଚୀନ ଏ ବିଷୟରେ କିଛି ତଥ୍ୟ ଦେଉ ନାହିଁ। ଏ ଘଟଣା ପରେ କେନ୍ଦ୍ର ସରକାର ଲଦାଖ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦେଇଛନ୍ତି। ଅନ୍ୟପକ୍ଷରେ ୟା ଭିତରେ ଖବର ଆସିଛି ଯେ ଗଲୱାନ ଘଟଣାକୁ ନେଇ ଫିଲ୍ମ ତିଆରି କରିବେ ଅଜୟ ଦେବଗନ।
ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ସୋଶାଲ୍ ମିଡିଆ ମାଧ୍ୟମରେ ଦେଇଛନ୍ତି ଏହି ସୂଚନା। ସେ ଟ୍ୱିଟ୍ କରି କହିଛନ୍ତି- ଅଜୟ ଦେବଗନ୍ ଗଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମର ନାଁ ଦିଆଯାଇନାହିଁ। ତେବେ ଏହାର କାହାଣୀ ୨୦ ଭାରତୀୟ ଯବାନଙ୍କ ବଳିଦାନର କଥା କହିବ, ଯେଉଁମାନେ ଚୀନ୍ ସେନା ସହିତ ଲଢ଼ିଥିଲେ। ଏହି ଫିଲ୍ମ ପାଇଁ କଳାକାର ଚୟନ ହୋଇନାହାନ୍ତି।
IT’S OFFICIAL… #AjayDevgn to make film on #GalwanValley clash… The film – not titled yet – will narrate the story of sacrifice of 20 #Indian army men, who fought the #Chinese army… Cast not finalized… Ajay Devgn FFilms and Select Media Holdings LLP will produce the film. pic.twitter.com/yaM6rPcK7Z
— taran adarsh (@taran_adarsh) July 4, 2020
ତରନଙ୍କର ଏହି ଟ୍ୱିଟ୍ ଉପରେ ଭିନ୍ନ ଭିନ୍ନ ମତ ମିଳିଛି। ଅଜୟ ଦେବଗନ୍ଙ୍କ ପ୍ରଶଂସକ ମାନେ ଏହି ଫିଲ୍ମକୁ ନେଇ ଉତ୍ସାହିତ ହୋଇପଡ଼ିଥିବା କେହି କେହି ଏନେଇ ଅକ୍ଷୟ କୁମାରଙ୍କୁ ଟ୍ରୋଲ୍ କରିଛନ୍ତି। ଏହି ଫିଲ୍ମକୁ ଅଜୟ କରିବା ଦ୍ୱାରା ଅକ୍ଷୟ କୁମାରଙ୍କ ମନ ଦୁଃଖ ହେଉଥିବା ବୋଲି ସେମାନେ କହିଛନ୍ତି। ଜଣେ ଜଣେ କହିଛନ୍ତି ଯେ ଅକ୍ଷୟଙ୍କ ହାତରୁ ଏହି ଫିଲ୍ମଟିକୁ ଅଜୟ ନେଇଯାଇଛନ୍ତି। ଏମିତିକି କେହି କେହି ଅକ୍ଷୟ ଘରେ ବସି କାନ୍ଦୁଥିବେ ବୋଲି ଲେଖୁଛନ୍ତି। ଏଭଳି ମତାମତ ପଛର କାରଣ ହେଉଛି- ସାଧାରଣତଃ ସମାଜ ଓ ଦେଶର ସାଂପ୍ରତିକ ସ୍ଥିତି ତଥା ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ନେଇ ଅକ୍ଷୟ ଫିଲ୍ମ କରନ୍ତି।
The post ଗଲୱାନ୍ ଘଟଣାକୁ ନେଇ ଫିଲ୍ମ କରିବେ ଅଜୟ appeared first on Odisha Reporter.
from Odisha Reporter https://ift.tt/2Z2tgvY
No comments:
Post a Comment