ନୂଆଦିଲ୍ଲୀ: କରୋନା ଯୋଗୁ ବର୍ତ୍ତମାନ ଭାରତର ସ୍ଥିତି ଯାହା ରହିଛି, ଆଗକୁ ଏହା ଆହୁରି ଭୟଙ୍କର ଓ ଦୟନୀୟ ହେବ। ଚାରିଆଡେ କେବଳ ହାହାକାର ଦେଖାଯିବ। ଯଦି ଏହା ପୂର୍ବରୁ ଟିକା କିମ୍ବା ଔଷଧ ବାହାରି ଗଲା, ତା’ହେଲେ ସ୍ଥିତି ଆଉ ଅସମ୍ଭାଳନ ହେବନି। କିନ୍ତୁ ଯଦି ଟିକା ନ ବାହାରିବ, ତା’ହେଲେ ଆସନ୍ତାବର୍ଷ ପ୍ରଥମ ଭାଗ ସୁଦ୍ଧା ଭାରତ ସ୍ଥିତି ଭୟଙ୍କର ହୋଇଥିବ।
ସ୍ଥିତି ଏମିତି ହେବ ଯେ ୨୦୨୧ ଫେବୃଆରୀ ସୁଦ୍ଧା ଦେଶରେ ଦୈନିକ ୨.୮୭ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେବେ। ବିଭିନ୍ନ ସର୍ଭେ କରି Massachusetts Institute of Technology(ଏମଆଇଟି) ଏଭଳି ଭୟଙ୍କର ତଥ୍ୟ ଦେଇଛି। ଗବେଷକ ହାଜିର ରହମନଦାଦ, ଟିୱାଇ ଲିମ ଓ ଜନ୍ ଷ୍ଟେରମାନ କହିଛନ୍ତି, ଆମେ ସର୍ଭେ ବେଳେ ଗୋଟିଏ ଷ୍ଟାଣ୍ଡାର୍ଡ ଗାଣିତକ ମଡେଲ ବ୍ୟବହାର କରିଥିଲୁ।
ସାଧାରଣତଃ ମହାମାରୀ ଭାଇରସ ବା ରୋଗ ଉପରେ କାମ କରୁଥିବା ବିଶେଷଜ୍ଞମାନେ ଏହାକୁ ବ୍ୟବହାର କରି ସ୍ଥିତି ପରଖି ଥାଆନ୍ତି। ଆମେ ମଧ୍ୟ ଅନୁରୂପ ଢଙ୍ଗରେ ସ୍ଥିତିର ତର୍ଜମା କରିଥିଲୁ। ୮୪ଟି ଦେଶର ଟେଷ୍ଟିଂ ଓ ସଂକ୍ରମିତଙ୍କ ସଂଖ୍ୟା ସହ ବିଶ୍ୱର ୬୦% ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ ୨୦ରୁ ୬୦ କୋଟି ଲୋକ ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଥିବେ।
ସର୍ଭେରୁ ସ୍ପଷ୍ଟ ହୋଇଛି ଯେ କରୋନା ଯୋଗୁ ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ୨୦୨୧ ଫେବୃଆରୀ ସୁଦ୍ଧା ଭାରତରେ ଦୈନିକ ୨.୮୭ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବେ। ସେହିପରି ଆମେରିକାରେ ୯୫,୦୦୦, ଦକ୍ଷିଣ ଆଫ୍ରିକାରେ ୨୧ ହଜାର ଓ ଇରାନରେ ୧୭ ହଜାର କେସ୍ ସାମ୍ନାକୁ ଆସିବ। ତେବେ ଟିକା କିମ୍ବା ଔଷଧ ନ ବାହାରିଲେ ଏମିତି ସ୍ଥିତି ସୃଷ୍ଟି ହେବ।
ସର୍ଭେ ବେଳେ ୩ଟି କଥାକୁ ବିଚାରକୁ ନିଆଯାଇଥିଲା। ୧-ବର୍ତ୍ତମାନର ଟେଷ୍ଟିଂ ଓ ଏହାର ପ୍ରଭାବ, ୨-ଜୁଲାଇ ୧ରୁ ଯଦି ଟେଷ୍ଟିଂ ସଂଖ୍ୟାରେ ୦,୧% ବୃଦ୍ଧି କରାଯିବ, ତା’ହେଲେ କ’ଣ ହେବ ଓ ୩-ଯଦି ଟେଷ୍ଟିଂ ପୂର୍ବଭଳି ସମାନ ରହେ, ତା’ହେଲେ କଣ୍ଟାକ୍ଟ ରେଟ୍ ପଜିଟିଭ ରିକ୍ସ ୮ ରହିବ ଆଦିର ବିଚାର କରାଯାଇଥିଲା। ଏହାର ଅର୍ଥ ଜଣେ ପଜିଟିଭ ବ୍ୟକ୍ତିଙ୍କ ଠାରୁ ୮ ଜଣ ସଂକ୍ରମିତ ହେବାର ଆଶଙ୍କା ରହିଛି।
ସର୍ଭେ ଅନୁଯାୟୀ, ଆଗ୍ରେସିଭ ଟେଷ୍ଟିଂ ଦ୍ୱାରା କେବଳ ସଂକ୍ରମଣ ରୋକା ଯାଇ ପାରିବ ନାହିଁ ବରଂ କରୋନାରେ ଆକ୍ରାନ୍ତ ଲୋକେ ଆରୋଗ୍ୟ ମଧ୍ୟ ଲାଭ କରିପାରିବେ।
୮୪ଟି ଦେଶରେ କରୋନା ସଂକ୍ରମଣ ୧.୫୫ ବିଲିୟନରେ ପହଞ୍ଚିବାର ଆଶଙ୍କା ରହିଛି। କିନ୍ତୁ ଯଦି ସେମାନେ ୦.୧% ବି ଟେଷ୍ଟିଂ କ୍ଷମତାକୁ ବଢ଼ାଇବେ, ତା’ହେଲେ ଏହା ୧.୩୭ ବିଲିୟନରେ ସୀମିତ ରହିପାରିବ।
The post ଏମଆଇଟି ସର୍ଭେରୁ ଆସିଲା ଭୟଙ୍କର ତଥ୍ୟ: ଭାରତରେ ଦୈନିକ ଚିହ୍ନଟ ହେବ ୨.୮୭ ଲକ୍ଷ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3gz9TAv
No comments:
Post a Comment