‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 7, 2020

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ଓଡ଼ିଶାର ଅପ୍‌ସରା ରାଣୀ। ତେବେ ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେବା ଅବସରରେ ରାମ ଗୋପାଳ ବର୍ମା ଓଡ଼ିଶା ବିଷୟରେ ଲେଖିଥିବା କିଛି କଥା ଅନେକ ଲୋକଙ୍କୁ ପସନ୍ଦ ଆସି ନଥିଲା। ଏଥିରେ ଶ୍ରୀ ବର୍ମା ଲେଖିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ସେ ଓଡ଼ିଶା ବିଷୟରେ ବହୁତ କମ୍ ଜାଣିଥିଲେ। କିନ୍ତୁ ଅପସରାଙ୍କ ସହିତ ଭେଟ ହେବା ପରେ ଓଡ଼ିଶା ଅନେକ ପ୍ରକାରର ଝଡ଼ ସୃଷ୍ଟି କରିପାରେ ବୋଲି ଅନୁଭବ ହେଲା। କିନ୍ତୁ ଏଭଳି ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ରାମୁ ଅନ୍ୟ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ‘କେବେ ଭାବି ନଥିଲି ଯେ ‘ଓଡ଼ିଶା’ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ପ୍ରତିଭାର ଗନ୍ତାଘର ହେବ। କିନ୍ତୁ ଅପସରାଙ୍କୁ ଦେଖିବା ପରେ ଲାଗୁଛି, ଉଭୟ ନିଜେ ଓଡ଼ିଶା ଓ ଦେଶରର ବାକି ଭାଗ ଓଡ଼ିଶା ଉପରେ ଗୁରୁତ୍ୱର ସହ ଦୃଷ୍ଟି ଦେବେ।’ ତାଙ୍କର ଏହି ଟ୍ୱିଟ୍‌କୁ ସମସ୍ତେ ପସନ୍ଦ କରିଛନ୍ତି। ନିଜେ ଅପ୍‌ସରା ମଧ୍ୟ ଏହାକୁ ପସନ୍ଦ କରି ନିଜ ପ୍ରତିକ୍ରିୟା ଲେଖିଛନ୍ତି।

ରାମୁଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଅପ୍‌ସରା ଲେଖିଛନ୍ତି, ‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି। କିନ୍ତୁ ମୁଁ ଗୋଟେ ସୁଯୋଗ ପାଇଛି। ମୁଁ ଆଶା କରୁଛି ଦେଶର ବାକି ଭାଗ ଏହାକୁ ସ୍ୱୀକୃତି ଦେବ ଓ ଓଡ଼ିଶାର ପ୍ରତିଭାଙ୍କୁ ଗୁରୁତ୍ୱ ଦେବ।’


ସେ ଆହୁରି ଲେଖିଛନ୍ତି, ‘ସାର୍‌, ମୁଁ ଓଡ଼ିଶାକୁ ଗର୍ବିତ କରିବାକୁ ଚାହେଁ। ଏଭଳି କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ।’


ଏହା ସହିତ ଅନ୍ୟ ଏକ ଟ୍ୱିଟ୍ କରି ଅପ୍‌ସରା ଲେଖିଛନ୍ତି ଯେ ଏଭଳି ଏକ ସୁଯୋଗ ପାଇ ସ୍ୱପ୍ନ ସତ ହେଲା ଭଳି ଅନୁଭବ ହେଉଛି।


ସୂଚନାଯୋଗ୍ୟ, ଅପ୍‌ସରା ଓଡ଼ିଶାର। ତେବେ ସେ ଡେରାଡୁନ୍‌ରେ ଜନ୍ମ ହୋଇଛନ୍ତି ଓ ସେଠାରେ ବଢ଼ିଛନ୍ତି। ତାଙ୍କର ପଢ଼ାପଢ଼ି ବି ସେଠି ହୋଇଛି। ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ‘ଉଲାଲା ଉଲାଲା’ ଓ ‘ଫୋର୍ ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ କାମ କରିଛନ୍ତି।

The post ‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’ appeared first on Odisha Reporter.



from Odisha Reporter https://ift.tt/31SGhKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages